Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶିକ୍ଷକ ପାଠପଢ଼ାକୁ ନେଇ ଆସିଲା ବଡ଼ ଅପ୍ଡେଟ୍। ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ୍ ପାଠ୍ୟକ୍ରମ।୫ ବର୍ଷ ବଦଳରେ ୪ ବର୍ଷରେ ସରିବ କୋର୍ସ। ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଉଚ୍ଚଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଶିକ୍ଷକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜୁବୁତ କରିବା ପାଇଁ ରାଜ୍ୟରେ ଥିବା ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟି ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମ୍ଓୟୁ ସ୍ବାକ୍ଷରିତ କରାଯାଇଛି। ITEP (Intigreted teacher education programme) ନାଁରେ ନୂଆ କୋର୍ସ ରହିବ ।

ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।ଏସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ ବୋଲି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ । ଡିଗ୍ରୀଧାରୀ ଛାତ୍ରଛାତ୍ରୀମାନେ ହିଁ ବିଏଡ୍ ପଢ଼ା ପାଇଁ ଆବେଦନ କରିପାରୁଥିଲେ । କିନ୍ତୁ ଖୁବ ଶୀଘ୍ର ଏ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *