Fri. Oct 24th, 2025
Screenshot

ନ୍ୟୁଜ ଡେକ୍ସ: ହୋଲି ଉତ୍ସବ ସମସ୍ତଙ୍କ ଜୀବନରେ ରଙ୍ଗ ଭରିଦେଉ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି ଶ୍ରୀକ୍ଷେତ୍ରରେ ହୋଲି ଉତ୍ସବ ପାଳନ କରିବାର ସୁଯୋଗ ମିଳିଲା। ପବିତ୍ର ହୋଲି ଅବସରରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରି ଫେରିବା ପରେ ଗଣମାଧ୍ୟମକୁ ଏପରି କହିଛନ୍ତି ଡ୍ରିମ୍ ଗାର୍ଲ୍ ତଥା ବଲିଉଡର ବିଶିଷ୍ଟ ଅଭିନେତ୍ରୀ ହେମାମାଳିନୀ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପୁରୀରେ ହୋଲି ପାଳନ କରି ନିଜକୁ ଧନ୍ୟ ମନେ କରୁଛି। ସୁବ୍ୟବସ୍ଥା ପାଇଁ ମୁଁ ଓଡ଼ିଶା ସରକାର, ଜନସାଧାରଣ, ରତିକାନ୍ତ ମହାପାତ୍ର ଧନ୍ୟବାଦ ଜଣାଉଛି।ତେବେ ଗତ ଶୁକ୍ରବାର ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଭାରତନାଟ୍ୟମ୍ ନୃତ୍ୟ ପରିବେଶଣ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି” ଭଜନରେ ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

Screenshot

Leave a Reply

Your email address will not be published. Required fields are marked *