ନ୍ୟୁଜ ଡେକ୍ସ: ଆଜି ହେଉଛି ହୋଲି । ରଙ୍ଗର ପର୍ବ, ଖୁସି, ଉତ୍ସାହର ଦିନ । ଆମ ସମସ୍ତଙ୍କ ପସନ୍ଦର ପର୍ବ ହୋଲି । ରଙ୍ଗର ଏହି ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ସବୁଠି ହୋଲି ପର୍ବର ଧୁମ ଦେଖିବାକୁ ମିଳେ ।
କିଏ କାହାକୁ ପିଚକାରୀ ଧରି ରଙ୍ଗ ମାରୁଛି ତ ପୁଣି କିଏ ଅବିରରେ ଖେଳୁଛନ୍ତି ହୋଲି । ଛୋଟଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ସମସ୍ତଙ୍କୁ ରଙ୍ଗବୋଳି ହୋଲିରେ ଶୁଭେଚ୍ଛା ଜଣାଉଛନ୍ତି । ଚଳିତ ଥର ରସାୟନିକ ରଙ୍ଗ ଠାରୁ ଦୂରରେ ରହି ହର୍ବାଲ ରଙ୍ଗର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ‘ଏକ୍ସ’ ରେ ପୋଷ୍ଟ କରି କହିଛନ୍ତି, ‘ଆନନ୍ଦ ଏବଂ ଉତ୍ସାହର ପର୍ବ ହୋଲି ପାଇଁ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ଏହି ପର୍ବ ଭାରତର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତୀକ ।
