Thu. Oct 23rd, 2025

ନ୍ୟୁଜ ଡେକ୍ସ: ଏକ ବାଛୁରୀକୁ ହତ୍ୟା କରି ତାର ମାଂସ ଚାଲାଣ ପାଇଁ ଘରେ ରଖିଥିଲା ଜଣେ ବ୍ୟକ୍ତି । ଗ୍ରାମବାସୀ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଗୋମାଂସ ଜବତ କରିଛି ଭଷ୍ମା ଥାନା ପୋଲିସ ।

ସୁନ୍ଦରଗଡ଼ ଭଷ୍ମା ଥାନା ଅନ୍ତର୍ଗତ ମୁଣ୍ଡାଗାଁରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ମୁଣ୍ଡାଗାଁର ଜଣେ ବ୍ୟକ୍ତି ଏକ ବାଛୁରୀକୁ ହତ୍ୟା କରି ତାର ମାଂସ ଚାଲାଣ କରିବା ପାଇଁ ଘରେ ରଖିଥିଲା। ଏହା ଜାଣିବାକୁ ପାଇଥିଲେ ଗ୍ରାମବାସୀ। ଏ ବିଷୟରେ ଜାଣିବା ପରେ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା।ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ।

ଗାଁରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ଗୋମାଂସ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଭଷ୍ମା ଥାନା ପୋଲିସ । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *