Sat. Feb 21st, 2026

ନ୍ୟୁଜ ଡେକ୍ସ: ଏକାଧିକ ଠକେଇ ମାମଲାରେ ଫସିଥିବା ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ମିଳିଲା ଆଶ୍ବସ୍ତି। ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ସହ ପାସପୋର୍ଟ ଦାଖଲ ନିର୍ଦ୍ଦେଶ ।

ଏଥିସହିତ ଏକାଧିକ ସର୍ତ୍ତ ରଖାଯାଇଛି। ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା ଓ ଅନୀଲ ବିଭିନ୍ନ ସଂସ୍ଥା ଓ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଟି ଚାଲିଥିଲେ। ଏପରିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଜ୍ୱାଇଁ ବୋଲି ପରିଚୟ ଦେଇ ମଧ୍ୟ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଥିଲା।

ଯାହାକୁ ଆଧାର କରି ଆୟକର ବିଭାଗ ହଂସିତାଙ୍କର ବିଭିନ୍ନ ଠିକଣାରେ ରେଡ୍ କରିଥିଲା। ତେବେ ହାଇକୋର୍ଟ ମୂଳ ଠକେଇ ମାମଲାରେ ଜାମିନ୍ ମଞ୍ଜୁର କରିଛନ୍ତି।

Leave a Reply

Your email address will not be published. Required fields are marked *