ନ୍ୟୁଜ ଡେକ୍ସ: ଏବେକା ଡିଜିଟାଲ ଯୁଗରେ, ରାଜ୍ୟରେ ଏମିତି କିଛି ଗାଁ ରହିଛି, ଯେଉଁଠି ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି ଲୋକେ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । ଓଡ଼ିଶାରେ ୨୬୦୩ଟି ଗାଁରେ ମୋବାଇଲ୍ ସଂଯୋଗ ନାହିଁ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଗୃହରେ ଲିଖିତ ଉତ୍ତରରେ କହିଛନ୍ତି, ରାଜ୍ୟରେ ଅଦ୍ୟାବଧି ମୋଟ୍ ୫୧୧୭୬ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ମୋବାଇଲ ସେବା ଉପଲବ୍ଧ ନାହିଁ । ଭାରତ ସରକାରଙ୍କ ଡିଜିଟାଲ ଭାରତନିଧ୍ (DBN) ପ୍ରକଳ୍ପ ମାଧ୍ୟମରେ ଓ ରାଜ୍ୟ ସରକାରଙ୍କ ସହଯୋଗରେ, ରାଜ୍ୟର ସମସ୍ତ ଗ୍ରାମକୁ ମୋବାଇଲ ସେବା ଯୋଗାଇଦେବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ପ୍ରସ୍ତାବ ଅଛି ।
ଏଥିସହିତ ମନ୍ତ୍ରୀ କହିଛନ୍ତି, ଜୁନ୍ ୨୦୨୫ ସୁଦ୍ଧା ଓଡ଼ିଶାରେ ସମସ୍ତ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।
