Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ବଢୁଛି ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ସଂଖ୍ୟା । ୨୦୨୧-୨୨ରେ ୨୩୪୧ ଏଚଆଇଭି ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨-୨୩ରେ ୩୨୩୨ ଜଣ ଏବଂ ୨୦୨୩-୨୪ ବର୍ଷରେ ୩୪୩୬ଜଣ ଏଚଆଇଭି ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ଡିସେମ୍ବର ୨୦୨୪ ସୁଦ୍ଧା ରାଜ୍ୟରେ ମୋଟ ୬୩,୭୪୨ ଏଚଆଇଭି ରୋଗୀ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍‌ ବିଗତ ତିନି ବର୍ଷରେ ୯ହଜାର ୯ଜଣ ଏଚଆଇଭି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୋମବାର ବିଧାନସଭାରେ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏହି ତଥ୍ୟ ପ୍ରଦାନ କରିଛନ୍ତି।

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ରାଜ୍ୟରେ ଏଚ୍‌ଆଇଭି ସଂକ୍ରମଣ ରୋକିବା ଲାଗି ମୋଟ ୧୬୭ଟି ସ୍ୱତନ୍ତ୍ର ପରାମର୍ଶ ଓ ପରୀକ୍ଷା କେନ୍ଦ୍ର, ୭ଟି ବେସରକାରୀ ସହଭାଗିତା କେନ୍ଦ୍ର ଓ ୧୨୩୨ଟି ସୁବିଧା ପରାମର୍ଶ ଓ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରୁଛି। ସଂକ୍ରମିତ ରୋଗୀଙ୍କ ଚିକିତ୍ସା ତଥା ସଂକ୍ରମଣ ହାରକୁ ପ୍ରଶମିତ କରିବା ପାଇଁ ମୋଟ ୨୦ଟି ଆର୍ଟ କେନ୍ଦ୍ର, ୧୭ଟି ଲିଙ୍କ୍‌ ଆର୍ଟ ତଥା ୧୨ଟି ଗୋଷ୍ଠୀ ସେବା କେନ୍ଦ୍ର କାର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *