ନ୍ୟୁଜ ଡେକ୍ସ: ଆଉ ନାହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ଶୁକ୍ରବାର ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।
୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସ୍ବର୍ଗତଃ ଦେବେନ୍ଦ୍ର ଶର୍ମା ତୃଣମୂଳ ସ୍ତରରେ ଜଣେ ଭଲ ସଂଗଠକ ଥିଲେ। ସେ କଂଗ୍ରେସ ଟିକେଟ୍ରେ ୨୦୧୪ରେ ନିର୍ବାଚିତ ହୋଇଥିଲେ। ଏହି ଖବରରେ ଆଳି ଓ ରାଜକନିକା ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ସେ ଦୀର୍ଘ ଦିନ ହେବ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ପ୍ରାୟ ୩ ବର୍ଷ ହେବ ଏନେଇ ସେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ତାଙ୍କର ଏକ କିଡନୀ ମଧ୍ୟ ପ୍ରତ୍ୟାରୋପଣ କରାଯାଇଥିଲା।ସୂଚନା ଅନୁଯାୟୀ, ଆଳିର ପୂର୍ବତନ ବିଧାୟକ ଡ. ଦିବାକର ଶର୍ମାଙ୍କ ପୁଅ ତଥା କବିରାଜ ଜଗନ୍ନାଥ ଶର୍ମାଙ୍କ ନାତି ହେଉଛନ୍ତି ଦେବେନ୍ଦ୍ର।
