Thu. Oct 23rd, 2025

ନ୍ୟୁଜ ଡେକ୍ସ: ଲାଞ୍ଚ ନେଉଥିଲେ ଯୋଗାଣ ନୀରିକ୍ଷକ। ଭାଇରାଲ୍ ହେଲା ଭିଡିଓ। କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର। ପାତ୍ରପୁର ଯୋଗାଣ ନୀରିକ୍ଷକ ବଳରାମ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ଵନ କଲେ ରାଜ୍ୟ ସରକାର।

ସୂଚନାନୁଯାୟୀ, ପାତ୍ରପୁର ବ୍ଲକ ଗୁଡିପଦର ପଞ୍ଚାୟତ ବଳରାମପୁର ଗ୍ରାମର ପାଣ୍ଡୁରଙ୍ଗା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଠାରୁ ପିଡିଏସ୍ ଲାଇସେନ୍ସ ନବୀକରଣ ବାବଦକୁ ଯୋଗାଣ ନୀରିକ୍ଷକ ବଳରାମ ଜେନା ଲାଞ୍ଚ ନେଉଥିଲେ। ଏହି ଘଟଣା ବେଳର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ମିଡିଆରେ ଏହି ଭିଡିଓ ଘୁରିବୁଲିଲା। ଏହାପରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ।

ବ୍ରହ୍ମପୁର ଉପଜିଲ୍ଲାପାଳ ଦିନା ଦସ୍ତାଗିରଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ ସୁଭସ୍ମିତା ମିଶ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ସକଳେଶ୍ୱର ଦାସ, ପାତ୍ରପୁର ବିଡିଓ ଲକ୍ଷ୍ମଣ ସୋରେନ ଏବଂ ପାତ୍ରପୁର ତହସିଲଦାର ବିଶ୍ୱରଞ୍ଜନ କଂହର ପ୍ରମୁଖଙ୍କୁ ନେଇ ଏକ ଚାରି ଜଣିଆ କମିଟି ଗଠନ କରାଯାଇଥିଲା। ଟିମ୍ ଘଟଣାର ତଦନ୍ତ କରି ଉପଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଉକ୍ତ ରିପୋର୍ଟ ଆଧାରରେ ବିବାଦୀୟ ଯୋଗାଣ ନିରୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

Leave a Reply

Your email address will not be published. Required fields are marked *