Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ଦୁଇଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଛି । ଗଞ୍ଜାମ, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର ଓ ବାରିପଦାରେ ତୁହାକୁ ତୁହା ବର୍ଷା ହୋଇିଥିଲା । ଶନିବାର ବଜ୍ରପାତରେ ଦିଗପହଣ୍ଡି ଓ ବ୍ରହ୍ମଗିରିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ବ୍ରହ୍ମପୁର ଏମ୍କେସିଜି ପରିସରରେ ବର୍ଷା ପାଣି ପଶି ବନ୍ୟା ସୃଷ୍ଟି କରିଛି ।

ସେହିଭଳି ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରାଯାଇଛି। ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ କୁଆପଥର ମାଡ଼ରେ ଚାଷ କ୍ଷତିଗ୍ରସ୍ତ ହେବା ସହ କଚ୍ଚା ଘର କାନ୍ଥ ଓ ଅନ୍ୟ ଦୁର୍ବଳ ଭିତ୍ତିଭୂମି ଭାଙ୍ଗି ଯିବାର ଆଶଙ୍କା ରହିଥିବାରୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।ସେହିପରି ନବରଙ୍ଗପୁରରେ କୁଆପଥର ବର୍ଷା ଓ ବଜ୍ରପାତ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଝରିଗାଁ ସାପ୍ତାହିକ ହାଟରେ କୁଆପଥର ମାଡ଼ ଯୋଗୁ ଅନେକ ଲୋକ ଆହତ ହୋଇଛନ୍ତି । କୁଆପଥର ଏତେ ବଡ଼ ବଡ଼ ଥିଲା ଯେ ଏହାର ମାଡ଼ରେ ଅନେକ ଲୋକଙ୍କ ମୁଣ୍ଡ ଫାଟି ଯାଇଛି। କନ୍ଧମାଳ ଜିଲ୍ଲା ଜି ଉଦୟଗିରିର ବିଭିନ୍ନ ସ୍ଥାନରେ ବର୍ଷା ସହିତ କୁଆପଥର ମାଡ଼ ହୋଇଛି । ମୟୂରଭଞ୍ଜର ବାରିପଦାରେ ଅପରାହ୍ନରୁ ତୁହାକୁ ତୁହା ବର୍ଷା ଲାଗି ରହିଥିଲା । ନୟାଗଡ଼ରେ ବର୍ଷା ସାଙ୍ଗକୁ ବଜ୍ରପାତ ଓ କୁଆପଥର ମାଡ଼ ହୋଇଥିଲା ।

ରବିବାର କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୪ ତାରିଖରେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ କୁଆପଥର ମାଡ଼ରେ ଚାଷ କ୍ଷତିଗ୍ରସ୍ତ ହେବା ସହ କଚ୍ଚା ଘର କାନ୍ଥ ଓ ଅନ୍ୟ ଦୁର୍ବଳ ଭିତ୍ତିଭୂମି ଭାଙ୍ଗି ଯିବାର ଆଶଙ୍କା ରହିଥିବାରୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

Leave a Reply

Your email address will not be published. Required fields are marked *