Sat. Feb 21st, 2026

ନ୍ୟୁଜ ଡେସ୍କ: ଆଜିଠାରୁ ଶ୍ରୀମନ୍ଦିରରେ ଷୋଳ ପୂଜା। ମୂଳାଷ୍ଟମୀ ଅବସରରେ ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ମାଆଙ୍କର ଘଟ ସ୍ଥାପନ ସହ ଆବାହନ କରାଯାଇଛି। ଏଥିସହ ଶ୍ରୀମନ୍ଦିରରେ ପାଳିତ ହେବ ଦୁର୍ଗାମାଧବ ଉପାସନା।

ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ। ସବୁଠି ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ରହିଥିବା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଦୁର୍ଗାଙ୍କ ଉପାସନା ପ୍ରଚଳନ ରହିଛି। ଏହାକୁ ଶାକ୍ତ ତଥା ଗୁପ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ। ଏହି ଷୋଳଦିନ ମହିଳାମାନଙ୍କୁ ମା’ ବିମଳାଙ୍କ ମନ୍ଦିର ଭିତରକୁ ଯିବା ବାରଣ ଥାଏ। ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଏବଂ ଶକ୍ତିଙ୍କର ଉପାସନା ସ୍ଵରୂପ ଦୁର୍ଗା ମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି।

ଶାରଦୀୟ ପୂଜା ପାଇଁ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ପୀଠ ସହ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତିପୀଠ ପାଇଁ ଶ୍ରୀନଅରକୁ ବ୍ରାହ୍ମଣ ମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଆଜିଠୁ ଶ୍ରୀକ୍ଷେତ୍ରରେ ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡିପାଠ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *