Thu. Oct 23rd, 2025
CREATOR: gd-jpeg v1.0 (using IJG JPEG v62), quality = 75

ନ୍ୟୁଜ ଡେକ୍ସ: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ରାଜ୍ୟରେ ବଢ଼ିଲାନି ବିଦ୍ୟୁତ ଦର । ଦର ଅପରିବର୍ତ୍ତିତ ରହିଥିବା ପ୍ରେସମିଟ୍ରେ ଓଇଆରସି ପକ୍ଷରୁ ଘୋଷଣା କରାଯାଇଛି । ସାଧାରଣ ଗ୍ରାହକଙ୍କ ପାଇଁ ଅପରିବର୍ତ୍ତିତ ରହିବ ବିଦ୍ୟୁତ ଦର । OERC ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରାଯାଇଛି ।

ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଯଦି ଆପଣ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ତେବେ ରେଣ୍ଟ୍ ଛାଡ କରାଯିବ । ପ୍ରତ୍ୟେକ ମାସ ବିଦ୍ୟୁତ ବିଲ ରେ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଭଡ଼ା ବାବଦକୁ ୬୦ ତାଙ୍କ ଲେଖାଁଏ ଦେଉଥିଲେ। ଏବେ ସେହି ଖର୍ଚ୍ଚ ସରକାର ଦେବେ । ଏନେଇ ସରକାର ୭୦୦ ରୁ ୮୦୦ କୋଟି ଟଙ୍କାର ଆର୍ଥିକ ବୋଝ ସହିବେ । ସେହିପରି ଯେଉଁମାନେ ଡିଜିଟାଲ୍ ପେମେଣ୍ଟ କରୁଛନ୍ତି ସେମାନଙ୍କ ପାଇଁ ବିଲ ପିଛା ୧୦ ଟଙ୍କା ଛାଡ କରାଯାଇଛି । ଅଗ୍ରୀମ ବିଲ ପ୍ରଦାନ କରିଥିବା ଉପଭୋକ୍ତା ଓ ଅନଲାଇନରେ ବିଲ ପ୍ରଦାନ କରୁଥିବା ଉପଭୋକ୍ତାଙ୍କୁ ୪ ପ୍ରତିଶତ ଲେଖାଁଏ ବିଲରୁ ଛାଡ କରାଯାଇଛି।

ସେହିଭଳି “ପିକ ଆୱାର” ( ସଂନ୍ଧ୍ୟା ୬ ରୁ ରାତି ୧୨ ) ରେ ବ୍ୟବହାର କରିଥିବା ଉପଭୋକ୍ତା ଙ୍କୁ ୟୁନିଟ ପିଛା ୩୦ ପଇସା ଅଧିକ ପଡ଼ିବ। ସେହିପରି ଶିଳ୍ପ ସଂସ୍ଥା ମାନଙ୍କୁ ୮୦ ପ୍ରତିଶତ ଅତିରିକ୍ତ ବ୍ୟବହାର କଲେ ୨୦ ପ୍ରତିଶତ ରିହତି ଦିଆଯିବ। ଏଥିରେ ଶିଳ୍ପ ସଂସ୍ଥା ମାନେ ପ୍ରୋତ୍ସାହିତ ହେବେ ବୋଲି ଆଶାବ୍ୟକ୍ତ କରିଛି ଓଇଆରସି। ତେବେ ବିଜୁଳି ଦର ଅପରିବର୍ତ୍ତିତ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।

CREATOR: gd-jpeg v1.0 (using IJG JPEG v62), quality = 75

Leave a Reply

Your email address will not be published. Required fields are marked *