Sat. Apr 18th, 2026

ନ୍ୟୁଜ ଡେକ୍ସ: କାଳବୈଶାଖୀର ତାଣ୍ଡବ ପରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିଯିବ । କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା । ଏଥିପାଇଁ ଖରାରୁ ଆଶ୍ୱସ୍ତି ମିଳୁଥିଲା ।

ଏବେ କାଳବୈଶାଖୀ ପ୍ରଭାବ କମିବା ପରେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା। ଏଥିପାଇଁ ଖରାରୁ ଆଶ୍ୱସ୍ତି ମିଳୁଥିଲା। ଏବେ କାଳବୈଶାଖୀ ପ୍ରଭାବ କମିବା ପରେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆସନ୍ତା ତିନି ଦିନରେ ଦିନ ତାପମାତ୍ରା କ୍ରମଶଃ ୩ରୁ ୫ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିଭଳି ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ ବଢ଼ିପାରେ। ରାଜଧାନୀ ଭୁବନେଶ୍ୱର, କଟକ, ବଲାଙ୍ଗୀରରେ ବର୍ଷା ହୋଇଛି। ସୋମବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୬.୮ ଡିଗ୍ରୀ ଥିଲା।

Leave a Reply

Your email address will not be published. Required fields are marked *