Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଧାନସଭା ହଟ୍ଟଗୋଳ ପାଇଁ ବଡ ଆକ୍ସନ । କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ନିଲମ୍ବିତ । ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଆକ୍ସନ । କଂଗ୍ରେସର ଏହି ୧୨ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିଛନ୍ତି ବାଚସ୍ପତି । ୭ଟି କାର୍ଯ୍ୟଦିବସ ପାଇଁ ସମସ୍ତଙ୍କୁ ସସ୍ପେଣ୍ଡ କରାଯାଇଛି । ନିଲମ୍ବନ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିଲେ ପ୍ରସ୍ତାବ ।

ବିଧାନସଭାକୁ କଂଗ୍ରେସ ମୋଟ ୧୪ ବିଧାୟକ ନିର୍ବାଚିତ ହୋଇ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସସପେଣ୍ଡ କରାଯାଇଛି । ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଛାଡି ସମସ୍ତ ସଦସ୍ୟ ନିଲମ୍ବିତ ହୋଇଥିବା ସୂଚନା ରହିଛି । ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ, ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲା ସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ରହିଛନ୍ତି । ମଙ୍ଗଳବାର ବଜେଟ୍ ଅଧିବେଶନର କାର୍ଯ୍ୟଦିବସ ଆରମ୍ଭ ହେଉ ହେଉ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟଗୋଳ । ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବିରେ ଜୋରଦାର ହରତାଳ କରିଥିଲା କଂଗ୍ରେସ । ଗୃହର ମଧ୍ୟଭାଗକୁ ଆସି ଗିନି,ଘଣ୍ଟ ଓ ବଇଁଶି ବଜାଇ ପ୍ରତିବାଦ କରିଥିଲେ ।

ସେହିପରି ଶିକ୍ଷା ଓ ନିଯୁକ୍ତିରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦାବିରେ ହଙ୍ଗାମା କରିଥିଲେ ବିଜେଡି ବିଧାୟକ । ପ୍ରଶ୍ନକାଳ ଚଳାଇବାରେ ସହଯୋଗ କରିବାକୁ ବିରୋଧୀ ବିଧାୟକଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ବାଚସ୍ପତି । କିନ୍ତୁ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ କୌଣସି କଥା ଶୁଣିନଥିଲେ । ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ । ବାଧ୍ୟ ହୋଇ ବାଚସ୍ପତି ପ୍ରଥମ ଦିନ ସାଢେ ୧୧ଟା ଓ ପରେ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *