Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶୁକ୍ରବାର ସ୍ବାଭାବିକ ହୋଇଛି ବିଧାନସଭା । ପ୍ରଶ୍ନକାଳରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ନେଇ କୌଣସି ବ୍ୟବସ୍ଥା ହୋଇଛି କି ନାହିଁ ? ପ୍ରଶ୍ନ କରିଥିଲେ ଅତାବିରା ବିଧାୟକ ନିହାର ମହାନନ୍ଦ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ନେଇ ନୀତିଗତ ବ୍ୟବସ୍ଥା ରହିଛି ।

ପ୍ରଥମେ ଜିଲ୍ଲା କମିଟି ଯାଞ୍ଚ କରି ରାଜ୍ୟସ୍ତରୀୟ କମିଟିକୁ ଯାଞ୍ଚ ପାଇଁ ପଠାଇବ। ରାଜ୍ୟ ସ୍ତରୀୟ କମିଟି ସ୍କୁଲ ଖୋଲିବାକୁ ସୁପାରିସ କରିବେ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁନର୍ବାର ଖୋଲିବା ପାଇଁ ଆବଶ୍ୟକୀୟ ପ୍ରକ୍ରିୟାଗତ ପଦକ୍ଷେପ ଗ୍ରହଣ କରାଯାଉଛି।ପୂର୍ବ ସରକାର ତରବରିଆ ଭାବେ ସ୍କୁଲର ମିଶ୍ରଣ କରିଥିଲେ।

ସରକାରୀ ରେକର୍ଡ ଅନୁଯାୟୀ, ୫୬୩୨ ସ୍କୁଲକୁ ମିଶ୍ରଣ କରାଯାଇଥିଲା, ଯାହା ଅନେକ ଅଞ୍ଚଳରେ ଶିକ୍ଷାଗତ ପ୍ରବେଶକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିଥିଲା। ଏହା ବ୍ୟତୀତ ୨୧୫୨ ଟି ସାଟେଲାଇଟ୍ ସ୍କୁଲକୁ ମଧ୍ୟ ମିଶ୍ରଣ କରାଯାଇଥିଲା। ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପାଇଁ ବହୁ ଦୂରତା ଯାତ୍ରା କରିବାକୁ ପଡୁଥିଲା। ଫଳରେ ଅଭିଭାବକ ଏବଂ ଶିକ୍ଷାବିତମାନେ ଚିନ୍ତା ପ୍ରକଟ ଥିଲେ।

Leave a Reply

Your email address will not be published. Required fields are marked *