ନ୍ୟୁଜ ଡେକ୍ସ: ଲଗେଜରେ ଭର୍ତ୍ତି କରି ବ୍ୟାଙ୍କକ୍ରୁ ଭୁବନେଶ୍ୱରକୁ ବିଭିନ୍ନ ପ୍ରକାରର ବଣ୍ୟଜନ୍ତୁ ଆଣିଥିଲେ ଯୁବକ । ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଲେ ଯୁବକ । ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୧୦ ଟି ବହୁରୂପୀ ଗୋଧି, ୯ ଟି କିଙ୍ଗ୍ ସ୍ନେକ୍ ଓ ୧୨ ଟି କଇଁଛ ।
ଯୁବକ ଜଣକ ହେଲେ ତାମିଲନାଡୁର ଶଙ୍କର ମୂର୍ଗନ୍ । ଚେନ୍ନାଇର ଜଣେ ଯୁବକ ଅଟକ ରହିଥିବାବେଳେ ସିଟି ଫରେଷ୍ଟର ତଦନ୍ତ ଜାରି । ସୂଚନା ଅନୁସାରେ, ତାମିଲନାଡୁର ଶଙ୍କର ମୂର୍ଗନ୍ ନାମକ ଜଣେ ଯୁବକ ବ୍ୟାଂକକ୍ରୁ ଭାୟା ଭୁବନେଶ୍ଵର ଦେଇ ଚେନ୍ନାଇ ଚାଲାଣ କରୁଥିବା ବେଳେ ଭୁବନେଶ୍ଵର ବିମାନବନ୍ଦରରେ ଧରିଛି କଷ୍ଟମ୍ ବିଭାଗ । ମୋଟ ୧୦ ଟି ବହୁରୂପୀ ଗୋଧି, ୯ ଟି କିଙ୍ଗ୍ ସ୍ନେକ୍ ଓ ୧୨ ଟି କଇଁଛ ଜବତ କରିଛି ବିଭାଗ । ଏଥିସହ ଚାଲାଣ କରୁ୍ଥିବା ଶଙ୍କରକୁ ମଧ୍ୟ ଧରିଛି ବିଭାଗ । ତାଙ୍କଠାରୁ ସମସ୍ତ ବଣ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବରେ ଜବତ କରିବା ସହ ଯୁବକଙ୍କ ପାସପୋର୍ଟ ମଧ୍ୟ ଜବତ କରିଛି କଷ୍ଟମ ବିଭାଗ ।
ଉଦ୍ଧାର ହୋଇଥିବା ସମସ୍ତ ବଣ୍ୟଜନ୍ତୁଙ୍କୁ ନନ୍ଦନକାନନରେ ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କର ପଟିଆ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ସହ ଲିଙ୍କ୍ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ଏବଂ ସେଗୁଡ଼ିକୁ ଚେନ୍ନାଇର କେଉଁ କେଉଁ ସ୍ଥାନକୁ ଚାଲାଣ ହୋଇଥାନ୍ତା, ତାହାର ତଦନ୍ତ କରୁଛି ବନ ବିଭାଗ ।
