Sat. Feb 21st, 2026

ନ୍ୟୁଜ ଡେକ୍ସ: ପ୍ରେମ ପ୍ରତାରଣା ଅଭିଯୋଗରେ ପୋଲିସ SI ଗିରଫ। ମାଲକାନାଗିରି ଜିଲ୍ଲାରେ SOG ଟ୍ରେନିଂ ନେଉଥିବା SI ବିଜୟ ସାହୁ ଗିରଫ ହୋଇଛନ୍ତି। ବାଲିଆପାଳ ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଗିରଫ କରିଛି।

ସୂଚନା ଅନୁସାରେ, ଗତ ୨୦୧୭ ମସିହାରେ ଯୁବତୀ ଜଣଙ୍କ ବାଲିଆପାଳ ଶାରୀରିକ ବିଦ୍ୟାଳୟରେ ପଢୁଥିବା ବେଳେ ତଳପଦା ଗାଁର ବିଜୟ ସାହୁଙ୍କୁ ମନ୍ଦିରରେ ବିବାହ କରିଥିଲେ । ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବିଜୟ । ଆଉ ଚାକିରି ପାଇବା ପରେ ସ୍ତ୍ରୀର ପରିଚୟ ଦେଇ ଘରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ଚକିରି ପାଇବା ପରେ ବିବାହ କରିବେ ନାହିଁ ବୋଲି ମନା କରିଥିଲେ ଏସଆଇ ବିଜୟ ସାହୁ ।

ଯୁବତୀ ଜଣକ ବିଜୟଙ୍କ ବିରୋଧରେ ଶୁକ୍ରବାର ବାଲେଶ୍ୱର spଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ବାଲିଆପାଳ ପୋଲିସ ଏକ ମାମଲା ରୁଜୁ କରି ବିଜୟଙ୍କୁ ଆଜି ଗିରଫ କରିଛି। ବିଜୟ ଏବେ ମାଲକାନଗିରି ଜିଲ୍ଲାରେ SOG ଟ୍ରେନିଂ ନେଉଛନ୍ତି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *