ନ୍ୟୁଜ ଡେକ୍ସ: କୋଶଳୀ ଭାଷାକୁ ରାଜ୍ୟ ଭାଷାର ସ୍ଵୀକୃତି ଦେବାକୁ ଶୂନ୍ୟକାଳରେ ଦାବି ଉଠାଇଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ସଂକଳ୍ପକୁ ଦିବସରେ ପାଳନ କଲେ ହେବନି । ଓଡ଼ିଶା କହିଲେ ସମଗ୍ର ଅଞ୍ଚଳ । ଭାଷା ଓ ଭୂଷଣକୁ ଛାଡି ଜାତି ବଞ୍ଚି ପାରିବନି ।
ଓଡ଼ିଶାର ୧୧ ଜିଲ୍ଲାର ଦେଢ଼ କୋଟି ଲୋକ ସମ୍ବଲପୁରୀ, କୋଶଳୀ ଭାଷା, ସମ୍ବଲପୁରୀ କୋଶଳୀ ଭାଷା ବ୍ୟବାହର କରନ୍ତି । ଶୂନ୍ୟ କାଳରେ ଏହି ଦାବି ଉଠାଇ ପ୍ରସନ୍ନ କହିଛନ୍ତି, ଓଡ଼ିଶାର ୧୧ଟି ଜିଲ୍ଲାରେ ଦେଢ କୋଟିରୁ ଅଧିକ ଲୋକ କୋଶଳ ଭାଷା କୁହନ୍ତି । କୋଶଳ ସମୃଦ୍ଧ ସାହିତ୍ୟିକ ଐତିହ୍ୟ, ଏଥିରେ ରାମାୟଣ ଠାରୁ ଆରମ୍ଭ କରି ଅନେକ ଛୋଟ କାହାଣୀ, କବିତା ଏବଂ ପ୍ରକାଶିତ ପୁସ୍ତକ ରହିଛି । ଏହାର ନିଜସ୍ୱ ଅଭିଧାନ ମଧ୍ୟ ଅଛି । ରଙ୍ଗବତୀ ଗୀତ ସମ୍ବଲପୁରର,ଓଡ଼ିଶାର, ଯାହା ଏବେ ଭାରତ ଅତିକ୍ରମ କରି ସାରିଛି । ଛି ଛି ରେ ନନୀ ଗୀତକୁ ନେଇ ସାରା ଭାରତ ବର୍ଷରେ ଚର୍ଚ୍ଚା ।
ଅନେକ କୁହନ୍ତି ଏହି ଭାଷାର ଲିପି ନାହିଁ କିନ୍ତୁ ଅନେକ ଭାଷାରେ ଲିପି ନାହିଁ କିନ୍ତୁ ସ୍ଵୀକୃତି ମିଳିଛି । ସମ୍ବଲପୁରୀ ହସ୍ତତନ୍ତ ଶାଢ଼ୀର ମଧ୍ୟ ପ୍ରସିଦ୍ଧି ରହିଛି । ଅଷ୍ଟମ ଅନୁସୂଚୀରେ ଏହାକୁ ସାମିଲ କରିବା ପାଇଁ ଦାବି ସଂସଦରେ ବହୁବାର ଉଠାଯାଇଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନେକ ଥର କେନ୍ଦ୍ର ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ । ତେଣୁ, ରାଜ୍ୟ ସରକାର ଏହାକୁ ସାମିଲ କରିବା ପାଇଁ କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇବା ଉଚିତ, ବୋଲି ଦାବି କରିଚନ୍ତି ପ୍ରସନ୍ନ ।
