ନ୍ୟୁଜ ଡେକ୍ସ: ଚତୁର୍ଥ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ନବମ ଶ୍ରେଣୀ ଛାତ୍ର ସେହି ସ୍କୁଲର କୁନି ପିଲାକୁ ରାଗିଂ କରିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଛାତ୍ରଙ୍କୁ ମାଡ଼ ମାରିବା ସହ ବ୍ଲେଡ୍ରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଛାତ୍ରଙ୍କ ଦେହରେ ଶତାଧିକ କଟା ଦାଗ ଦେଖିବାକୁ ମିଳିଛି ।
ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । ସୂଚନା ଅନୁସାରେ, କିଛି ନବମ ଶ୍ରେଣୀ ଛାତ୍ରମାନେ ହଷ୍ଟେଲରେ ବସି ମଦ ପିଉଥିବାବେଳେ ଦେଖିଦେଇଥିଲେ ପୀଡିତ ଷଷ୍ଠ ଶ୍ରେଣୀ ଛାତ୍ର ଜଣକ । ଏ ନେଇ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ଛାତ୍ର ଜଣଙ୍କ । ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ସେହି ନବମ ଶ୍ରେଣୀ ଛାତ୍ରମାନେ ତାକୁ ପରଦିନ ଏକ ରୁମ ଭିତରେ ଲୁହା ରଡ଼ରେ ମାଡ଼ ମାରିଥିଲେ ।
ଏହା ସହିତ ହାତକୁ ବ୍ଲେଡରେ କାଟି ଦେଇଥିଲେ ଏହା ପରେ ବିଧା, ଗୋଇଠା ମାରିବା ସହିତ କ୍ଷତ ସ୍ଥାନରେ ଲୁଣ ମାରି ନିର୍ଯାତନା ଦେଇଥିଲେ । ଲୁହା ରଡରେ ପିଟିବା ସହ ଦେହ ହାତ କାଟି ଥିବା ଛୋଟ ପିଲାଟି କହିଛି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଉକ୍ତ ଘଟଣାକୁ ସ୍ବୀକାର କରିଛି ସ୍କୁଲ କର୍ତ୍ତୃପକ୍ଷ । ତଦନ୍ତ କରି ଶୀଘ୍ର ପଦକ୍ଷେପ ନେବୁ ବୋଲି କହିଛି ବିଦ୍ୟାଳୟ କତ୍ତୃପକ୍ଷ ।
