Thu. Oct 23rd, 2025

ନ୍ୟୁଜ ଡେକ୍ସ: ସ୍ତ୍ରୀର ଅତ୍ୟାଚାର ସହି ନପାରି ସ୍ବାମୀର ଆତ୍ମହତ୍ୟା। ଆତ୍ମହତ୍ୟା ପୂର୍ବରୁ ସ୍ବାମୀ କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଯେଉଁଥିରେ ସେ ନିଜ ସ୍ତ୍ରୀ ପାଇଁ ଆତ୍ମହତ୍ୟା କରୁଥିବା କହିଛନ୍ତି। ଏମିତି ଏକ ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗ୍ରାମରେ।

ସେ ଏକ ଭିଡିଓ ରେକର୍ଡ କରିଥିଲେ, ଯେଉଁଥିରେ ସେ ପତ୍ନୀ ରୂପାଲିଙ୍କ ଦ୍ୱାରା ମାନସିକ ନିର୍ଯାତନା ସହି ନପାରି ଏପରି ପଦକ୍ଷେପ ନେଉଥିବା କହିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ରାମଚନ୍ଦ୍ର ଏହି ଭିଡିଓ କରିବା ପରେ ତପଙ୍ଗ ରେଳ ଲାଇନ ନିକଟରେ ଏକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ସୂଚନା ଅନୁସାରେ, ରାମଚନ୍ଦ୍ର ଓ ରୂପାଲିଙ୍କର ବିବାହ ହୋଇଥିଲା ଏବଂ ସେମାନଙ୍କର ଗୋଟିଏ ଝିଅ ମଧ୍ୟ ଅଛି। କିଛି ବର୍ଷ ଧରି ରୂପାଲି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଓ ଘରୋଇ ଝଗଡ଼ା ଲାଗି ରହୁଥିବା ଅଭିଯୋଗ ହୋଇଛି।

ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଦାମ୍ପତ୍ୟ କଳହ ଘଟି ସ୍ତ୍ରୀ ର ନିର୍ଯ୍ୟାତନା ଅସହ୍ୟ ହେବାରୁ ମୋବାଇଲରେ ନିଜ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପଠାଇ ଟ୍ରେନ ଆଗକୁ ଯାଇ ଆତ୍ମହତ୍ୟା କରିଥିଲେ। ରେଳ ବିଭାଗ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *