Sat. Feb 21st, 2026

ନ୍ୟୁଜ ଡେସ୍କ: ସାଧାରଣ ତ ନିର୍ବାଚନ ବେଳେ ଭୋଟ ବିଦ୍ୟାଳୟ ମାନଙ୍କ ରେ ହୋଇଥାଏ। ଭୋଟ ବେଳେ ନେତା ଙ୍କ ପରାମର୍ଶ ରେ ବିଦ୍ୟାଳୟକୁ ଲାଇନ୍ ଦିଆ ହୋଇଥିଲା ହେଲେ ଏବେ ଦେଖା ଯାଇଛି ବଡ ଝଟକା।ହ ଆଜ୍ଞା କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଅନ୍ତର୍ଗତ ଜରିପଡା ପଞ୍ଚାୟତ ର କଣୀ ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଏମିତି ଏକ ଅଭାବନୀୟ ଦୃଶ୍ୟ ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ।

ଦୀର୍ଘ ଦୁଇ ବର୍ଷ ହେବ ନିର୍ବାଚନ ସମୟରେ ଏହି ବିଦ୍ୟାଳୟ କୁ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା, ହେଳେ ବିଦ୍ୟୁତ ବିଭାଗ ଏହାକୁ ନ ବୁଝି ବିଦ୍ୟାଳୟ ନାମ ରେ ୩୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଫାଇନ କରି ବିଦ୍ୟାଳୟ ରୁ ବିଦ୍ୟୁତ୍ ସଂଯୋଗ କଟି ଦିଆଯାଇଛି । ଯାହା ଫଳରେ ବିଦ୍ୟାଳୟ କୁ ଆସୁଥିବା ଛାତ୍ର ଛାତ୍ରୀ ଓ ଅଙ୍ଗନବାଡି ପିଲା ଅତ୍ୟଧିକ ଗରମ ହେବାରୁ ପାଠ ପଢ଼ି ପାରୁନାହାନ୍ତି। ଏମିତି ଛୋଟ ଛୋଟ ପିଲା ଙ୍କ ଦେହ ଖରାପ ହୋଇ ଯାଉଛି । ଏନେଇ ବିଦ୍ୟାଳୟ ଓ ଅଭିଭାବକ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମସ୍ୟା ର ସମାଧାନ ହେଉ ନାହିଁ । ତେବେ ଦୁଇ ଦିନ ତଳେ ବିଦ୍ୟାଳୟ ପରୀକ୍ଷା ଚାଲିଥିବା ସମୟରେ ଜଣେ ଛାତ୍ର ଅସୁସ୍ଥ ହୋଇପଡିଥିଲା ।

ଯାହା କୁ ନେଇ ତା ପର ଦିନ ସକାଳ ସମୟରେ ଅଭାବକ ମାନେ ବିଦ୍ୟାଳୟରେ ତାଲା ମାରି ଛାତ୍ର ଛାତ୍ରୀ ମାନଙ୍କୁ ଧରି ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ହେଲେ ବିଇଓ ସମସ୍ୟା ର ସମାଧାନ କରିବା ପରିବର୍ତ୍ତେ ପିଲା ମାନଙ୍କ ଅଭିଭାବକ ମାନଙ୍କୁ ପୁଲିସ ର ଧମକ ଦେଇଥିଲେ । ଅନ୍ୟ ପଟେ ଶିକ୍ଷକ ନେତା ନିଳକଣ୍ଠ ବ୍ରହ୍ମା ପହଞ୍ଚି ଅଭିଭାବକ ମାନଙ୍କୁ ବୁଝା କରିବାପରେ ଫାଟକ ଖୋଲା ହେବା ସହ ତରନ୍ତ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଥିଲେ। ତେବେ କୋଟି କୋଟି ଟଙ୍କା ଘରୋଇ କମ୍ପାନୀ ବିଦ୍ୟୁତ୍ ଫାଙ୍କି ଓଡାଇ ଦେଉଥିବା ବେଳେ ଶିକ୍ଷା ଅନୁଷ୍ଠାନ ଉପରେ ଫାଇନ ପକାଇବା ଦୁଃଖ ର ବିଷୟ ପାଲୋଟିଛି ।

Leave a Reply

Your email address will not be published. Required fields are marked *