ନ୍ୟୁଜ ଡେକ୍ସ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦରଦାମ୍ ବୃଦ୍ଧି ଭିତରେ ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ୨ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହଙ୍ଗା ଭତ୍ତା ୫୩ ପ୍ରତିଶତକୁ ୫୫ ପ୍ରତିଶତକୁ ବଢ଼ିଛି ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ନୂଆ ଡିଏ ଜାନୁଆରୀ ୧, ୨୦୨୫ରୁ ପିଛିଲା ଭାବେ ଲାଗୁ ହେବ। କର୍ମଚାରୀମାନେ ଏପ୍ରିଲ ମାସର ଦରମା ସହିତ ଏହି ବର୍ଦ୍ଧିତ ରାଶି ନଗଦରେ ପାଇବେ।
ଏହା ସହିତ ରାଜ୍ୟ ସରକାର ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତା (ଟିଆଇ ବା ଅସ୍ଥାୟୀ ବୃଦ୍ଧି)ରେ ମଧ୍ୟ ୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୮.୫ ଲକ୍ଷ ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ ପେନସନଭୋଗୀଙ୍କୁ ଉପକୃତ କରିବ।ଏହି ଘୋଷଣା ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ।
