ନ୍ୟୁଜ ଡେକ୍ସ: ଆପଣଙ୍କର ସୁନା କିଣିବାକୁ ଇଚ୍ଛା ଅଛିନା। ହେଲେ ଆଜିକାଲିର ସୁନା ଦର ଆକାଶ ଛୁଆଁ ହେବା ଦେଖି କିଣିବାକୁ ଇଚ୍ଛା ଥିଲେ ସୁଦ୍ଧା ଟିକେ ପଛଘୁଞ୍ଚା ଦେଉଛନ୍ତି। ହେଲେ ଏବେ ଆଉ ଡେରି କରନ୍ତୁନି। କାରଣ ଓଡ଼ିଆ ନୂଆବର୍ଷ ଆରମ୍ଭରୁ ସୁନା ରେଟ୍ କମିଛି।
ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ସୁନା ଦର ପ୍ରାୟ ୧୫୦ ଟଙ୍କା ହ୍ରାସ ପାଇଛି । ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୬୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୬୭୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୫୧୦ ଟଙ୍କା ରହିଛି ।
ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ଘଟି ୮୭,୭୦୦ ଟଙ୍କାରୁ ୮୭,୫୫୦ ଟଙ୍କା ରହିଛି ।୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୯,୫୫୧ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୬,୬୦୮ ଟଙ୍କା ରହିଛି । ତେବେ ଆଜି ରୂପା ଧାତୁ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଭୁବନେଶ୍ୱରରେ ରୂପା କେଜି ପିଛା ୧୦୦ ଟଙ୍କା କମି ୧,୦୯,୯୦୦ ଟଙ୍କାରେ ପହଞ୍ଚିଛି ।
