Sat. Feb 21st, 2026

ନ୍ୟୁଜ ଡେକ୍ସ: ରାଜଧାନୀରେ ଶିଶୁ ଚୋରି ଘଟଣାକୁ ୩୦ ଘଣ୍ଟାରୁ ଅଧିକ ସମୟ ବିତିଲାଣି । ଏଯାଏ ପୋଲିସ ହାତରେ କିଛି ଲାଗିନି । ଶିଶୁର କି ଅପହରଣକାରୀଙ୍କ ପତ୍ତା ପାଇନି ପୋଲିସ । ପୁଅକୁ ନପାଇ ବାହୁନି ବାହୁନି କାନ୍ଦୁଛି ଦୃଷ୍ଟିବାଧିତ ମାଆ । ଏସବୁ ଭିତରେ ଭୁବନେଶ୍ବର ଡିସିପିଙ୍କ ପ୍ରେସ୍ମିଟ୍ ସାମ୍ନାକୁ ଆସିଛି ।

ସେ ପ୍ରତିକ୍ରିୟା ରଖି କହିଛନ୍ତି ନିଖୋଜ ଶୁଭମ୍କୁ ଠାବ କରିବାକୁ ଗଠନ ହୋଇଛି ଏକାଧିକ ଟିମ୍ । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ ଏକ ଅପହରଣ ମାମଲା ରୁଜୁ କରାଯାଇଛି ଏବଂ ଶିଶୁପୁତ୍ରକୁ ଖୋଜିବା ପାଇଁ ମାନବିକ ଏବଂ ବୈଷୟିକ ବୁଦ୍ଧିମତା ବ୍ୟବହାର କରାଯାଉଛି।ତେବେ ସୂଚନା ମୁତାବକ, ରବିବାର ରାଜଧାନୀରୁ ଶିଶୁ ଚୋରିର ଆସିଥିଲା ସାଂଘାତିକ ଅଭିଯୋଗ । ଜଣେ ଦୃଷ୍ଟିବାଧିତ ମାଆର ଦେଢ ବର୍ଷର ପୁଅକୁ ଚୋରି କରି ନେଇଯାଇଥିଲେ ଦୁର୍ବୃତ୍ତ । ମହିଳା ଜଣକ ରାମ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରି ସେଠାରେ ରହୁଥିଲେ ।

ତେବେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କେହି ତାଙ୍କ ପୁଅକୁ ବିସ୍କୁଟ,ଜୁସ ଓ ମୋବାଇଲର ଲୋଭ ଦେଖାଇ ନେଇଯାଇଥିବାର ଅଭିଯୋଗ ଆଣି ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲା । ଏକାଧିକ ସିସିଟିଭି ଯାଞ୍ଚ କରିବା ପରେ ମହିଳାଙ୍କ ଅଭିଯୋଗର ସତ୍ୟତା ଥିବା ଜାଣିବାକୁ ପାଇଥିଲା ପୋଲିସ ।

Leave a Reply

Your email address will not be published. Required fields are marked *