Thu. Apr 16th, 2026

ନ୍ୟୁଜ ଡେକ୍ସ: ଶନିବାର ରାତି ୨ଟାରେ କିଡ୍ନାପ୍ । ମଙ୍ଗଳବାର ସକାଳୁ ଉଦ୍ଧାର । ୨ ଦିନ ପରେ ମାଆ କୋଳକୁ ଫେରିବ ଶୁଭମ । ରାଜଧାନୀରୁ ଅପହୃତ ଦେଢ ବର୍ଷର ଶିଶୁ କେଶବର ସନ୍ଧାନ ମିଳିଛି । ବାଲେଶ୍ବର ଖନ୍ତାପଡା ଥାନା ବୋଇତା ଗାଁରୁ ଉଦ୍ଧାର କରିଛି ପୋଲିସ ।

ଅପହରଣର ପ୍ରାୟ ୫୦ ଘଣ୍ଟା ପରେ ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରି ପୋଲିସକୁ ଏହି ସଫଳତା ମିଳିଛି । ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା। ସ୍ୱତନ୍ତ୍ର ଟିମ୍ ଗଠନ କରି ତନାଘନା ଚଳାଇଥିଲା ପୋଲିସ। ଗତ ପାଞ୍ଚ ବର୍ଷ ହେବ ଶିଶୁର ମାଆ ରାମ ମନ୍ଦିର ଆଗରେ ଭିକ୍ଷା ବୃତ୍ତି କରୁଛନ୍ତି। ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିଲା।

ବିସ୍କୁଟ, ଜୁସ୍ ଏବଂ ମୋବାଇଲ ଲୋଭ ଦଖାଇ ମାଆ କୋଳରୁ ଶିଶୁ ପୁତ୍ରକୁ ନେଇ ଯାଇଥିଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆଣିଥିଲେ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟି ବାଧିତ ମହିଳା । ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଘଟଣା ।ମହିଳା ଜଣକ ଏ ନେଇ ଖାରବେଳେନଗର ଥାନାରେ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *