Thu. Oct 23rd, 2025

ନ୍ୟୁଜ ଡେକ୍ସ: ନବମ ଥର ପାଇଁ ନବୀନ ମୁଖିଆ । ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ଦ୍ବନ୍ଦ୍ବରେ ସଭାପତି ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଏ ନେଇ ବିଧିବଦ୍ଧ ଭାବେ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଘୋଷଣା କରିଛନ୍ତି ।

ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ରାଜ୍ୟ ପରିଷଦ ବୈଠକରେ ଏହି ଘୋଷଣା କରାଯାଇଛି । ଏକାମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଦାଖଲ କରିଥିଲେ। ସୂଚନାନୁଯାୟୀ, ଶନିବାର ସକାଳ ୧୧ଟାରେ ବିଜେଡି ରାଜ୍ୟ ପରିଷଦ ବୈଠକ ବସିଥିଲା। ୩୫୫ ରାଜ୍ୟ ପରିଷଦ ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ନବୀନ ପଟ୍ଟନାୟକଙ୍କୁ ପୁଣି ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯାଇଛି। ନବୀନ ସଭାପତି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ୯ମ ପାଳିରେ ପୁଣି ସଭାପତି ହୋଇଛନ୍ତି। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡି ହୋଇ ରହିଛି ଓ ରହିବ ।

ଓଡ଼ିଶାର ହକ୍ ପାଇଁ ଆମର ଲଢେଇ ଜାରି ରହିବ । ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାଙ୍କ ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ । ବିଜୁ ଜନତା ଦଳ ସବୁବେଳେ ତାର ଆଦର୍ଶରେ ଦୃଢ଼ ରହିଛି ଓ ରହିବ । ବିଜେଡିର କର୍ମୀ, ଭାଇ-ଭଉଣୀ ମାନଙ୍କ ଉପରେ ମୋର ପୁରା ଭରସା ଅଛି । ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ । ଓଡ଼ିଶାର ସବୁ ଗାଁ, ସବୁ ସହରରେ ଆମର ସେବାର ବାର୍ତ୍ତା ପହଞ୍ଚାଇବେ ।

Leave a Reply

Your email address will not be published. Required fields are marked *