ନ୍ୟୁଜ ଡେକ୍ସ: ପ୍ରକାଶ ପାଇଛି ନେସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ ସେସନ-୨ ରେଜଲ୍ଟ ଘୋଷଣା । ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା ଫଳ ବର୍ତ୍ତମାନ ସିଧାସଳଖ ଏନଟିଏର ୱେବସାଇଟରେ ଦେଖିପାରିବେ। ତେବେ ୨୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୨୨ଜଣ ଛାତ୍ର ଓ ୨ଜଣ ଛାତ୍ରୀ ରହିଛନ୍ତି । ଛାତ୍ରଛାତ୍ରୀମାନେ www.jeemain.nta.ac.in ଓ୍ବେବସାଇଟକୁ ଯାଇ ନିଜ ପରୀକ୍ଷା ଫଳ ଯାଞ୍ଚ କରିପାରିବେ । ଗତ ଏପ୍ରିଲ ୨ରୁ ୮ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ୩୦୦ ସହରର ୫୩୧ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଦୁଇଟି ପର୍ଯ୍ୟାୟରେ ଜାନୁଆରୀରୁ ଏପ୍ରିଲ ଯାଏଁ ଜେଇଇ ମେନ୍ ପରୀକ୍ଷା ହୋଇଥିଲା । ଦୁଇଟି ସେସନ୍ରେ ମୋଟ ୧୫,୩୯,୮୪୮ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ୍ କରିଥିଲେ ।
୧୪,୭୫,୧୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଜାନୁଆରୀରରେ ହୋଇଥିବା ସେସନ୍ରେ ୧୨,୫୮,୧୩୬ ଛାତ୍ରଛାତ୍ର ପରୀକ୍ଷା ଦେଇଥିବାବେଳେ ଏପ୍ରିଲରେ ୯,୯୨,୩୫୦ ଜଣ ପରୀକ୍ଷା ଦେଇଥିଲେ । ଏହି କମ୍ପ୍ୟୁଟର ବେସ୍ଡ ପରୀକ୍ଷା ୧୩ଟି ଭାଷାରେ ୩୦୦ ସହରରେ ହୋଇଥିଲା । ସେଥିରୁ ଦୁବାଇ, ସିଙ୍ଗାପୁର, ଦୋହା ଓ ୱାସିଂଟନ ଡିସି ଅନ୍ତର୍ଜାତୀୟ ପରୀକ୍ଷା କେନ୍ଦ୍ର ଥିଲା ।ପରୀକ୍ଷାରେ EWS ବର୍ଗ ପରୀକ୍ଷାର୍ଥୀଙ୍କ ପାଇଁ ୮୦. ୩୮ କଟ୍ଅଫ୍ ରହିଛି ।
ସେହିପରି ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୭୯.୪୩ କଟଅଫ୍ ଥିବାବେଳେ ଏସ୍ସି ଓ ଏସ୍ଟିଙ୍କ ପାଇଁ ଯଥାକ୍ରମେ ୬୧.୧୫ ଓ ୪୭.୯୦ କଟ୍ଅଫ୍ ରହିଥିଲା । ଏପ୍ରିଲ ୨ରୁ ୯ ଯାଏ ଜେଇଇ ମେନ୍ର ଦ୍ବିତୀୟ ସେସନ୍ ହୋଇଥିଲା । ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ଆଇଆଇଟି ପରି ଉଚ୍ଚ ଶିକ୍ଷା ସଂସ୍ଥାରେ ପଢିବାକୁ ହେଲେ ଜେଇଇ ମେନ୍ ପରୀକ୍ଷା ଦେବାକୁ ପଡିଥାଏ ।
