ନ୍ୟୁଜ ଡେକ୍ସ: କୋରାପୁଟ ଜିଲ୍ଲାପାଳଙ୍କୁ ପିଏମ୍ ସମ୍ମାନ । ଉତ୍କୃଷ୍ଟ ପ୍ରଶାସନିକ ସେବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ପିଏମ୍ ସମ୍ମାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଜିଲ୍ଲା କୀର୍ତ୍ତି ଭାସନ । ତେବେ ସଫଳତା ପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ନାଗରିକଙ୍କୁ କୃତଜ୍ଞତା ଜଣାଇଲେ ଜିଲ୍ଲାପାଳ ।
ଜିଲ୍ଲାଗୁଡ଼ିକର ହେଉଥିବା ସାମଗ୍ରିକ ବିକାଶ ବର୍ଗକୁ ଆଖି ଆଗରେ ରଖି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଯାହାକି ପ୍ରଶାସନ ଏବଂ ବିକାଶରେ ଜିଲ୍ଲାର ବିକାଶକୁ ଦର୍ଶାଇ ଥାଏ।ତେବେ ଏଥିପାଇଁ ୧୮ ଏପ୍ରିଲରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୋରାପୁଟ କଲେକ୍ଟର ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଇଥିଲେ। ଜିଲ୍ଲାର ବିକାଶରେ ସେମାନଙ୍କର ପ୍ରୟାସ ଓ ପରିଶ୍ରମ ପ୍ରକୃତରେ ପ୍ରଶଂସାର ଯୋଗ୍ୟ ଓ ସେମାନେ ଆହୁରି ସଫଳତା ହାସଲ କରିବା ସହ ଅନ୍ୟ ମନଙ୍କୁ ପ୍ରେରଣା ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ତେବେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଏଥିପାଇଁ ଏକ ପୋଷ୍ଟ ଲେଖି ପ୍ରଶଂସା ଜଣାଇଛନ୍ତି। ପ୍ରଭାବଶାଳୀ ଶାସନ ଏବଂ ସମାଜର ଉନ୍ନତି ପାଇଁ ନିଜକୁ ଚୁକ୍ତିବଦ୍ଧ କରି ରଖିବା ଓ ସମାଜର ସେବା ପ୍ରତି ନିଜକୁ ପ୍ରତିବଦ୍ଧ କରି ରଖିଥିବାରୁ କଲେକ୍ଟର ଓ ତାଙ୍କ ଦଳକୁ ସେ ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ତାଙ୍କ ପାଇଁ ଗର୍ବିତ ବୋଲି ମଧ୍ୟ ସେ କହିଛନ୍ତି।
