Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଜି ଏପ୍ରିଲ ୨୨। ଏହି ତାରିଖକୁ ଆର୍ଥ ଡେ’ ବା ବିଶ୍ୱ ପୃଥିବୀ ଦିବସ ଭାବେ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ‘ପୃଥିବୀ ଦିବସ’ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ପୃଥିବୀକୁ ରକ୍ଷା କରିବା। ଏହି ଦିନ ପରିବେଶକୁ ସୁରକ୍ଷା ଦେବା ପାଇଁ ଲୋକେ ସଂକଳ୍ପ କରିଥାନ୍ତି।

ପଲିଥିନ, କାଗଜର ବ୍ୟବହାର ବନ୍ଦ କରିବା ସହ ପ୍ରଦୂଷଣ କମ୍‌ କରିବାକୁ ଓ ଗଛ ଲଗାଇବାକୁ ଲୋକଙ୍କୁ ଏହି ଦିବସ ମାଧ୍ୟମରେ ବାର୍ତ୍ତା ଦିଆଯାଏ। ୧୯୭୦ ମସିହାରେ ପ୍ରଥମେ ଆର୍ଥ-ଡ଼େ ପାଳନ କରାଯାଇଥିଲା । ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ୱର ପ୍ରାୟ ୧୯୫ଟି ଦେଶରେ ପୃଥିବୀ ଦିବସ ପାଳିତ ହେଉଛି ।

ଆମେରିକା ଏହି ଦିବସକୁ ବୃକ୍ଷ ଦିବସ ଭାବେ ପାଳନ କରିଥାଏ।ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ‘ପୃଥିବୀ ଦିବସ’ ପାଳନ କରାଯାଏ। ଏହି ଦିବସର ମୂଳ ଉଦ୍ଦେଶ୍ୟ ପୃଥିବୀକୁ ରକ୍ଷା କରିବା। ଏହି ଦିନ ପରିବେଶକୁ ସୁରକ୍ଷା ଦେବା ପାଇଁ ଲୋକେ ସଂକଳ୍ପ କରିଥାନ୍ତି। ପଲିଥିନ, କାଗଜର ବ୍ୟବହାର ବନ୍ଦ କରିବା ସହ ପ୍ରଦୂଷଣ କମ୍‌ କରିବାକୁ ଓ ଗଛ ଲଗାଇବାକୁ ଲୋକଙ୍କୁ ଏହି ଦିବସ ମାଧ୍ୟମରେ ବାର୍ତ୍ତା ଦିଆଯାଇଥାଏ। ଯଦି ଆମେ ବର୍ତ୍ତମାନ ଦେଖିବା,ବୈଶାଖ ମାସ ଆରମ୍ଭ ନହେଉଣୁ ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଉଛନ୍ତି ଜୀବମଣ୍ଡଳ।

ପ୍ରକୃତି ଯେମିତି ନିଜର ଅସ୍ତିତ୍ୱ ହରାଉଛି । ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଜଳବାୟୁ ସଙ୍କଟ।ପରିବେଶବିତ୍ ତଥା ଆମେରିକାର ସିନେଟର୍ ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ। ପରେ ୧୯୯୦ ମସିହାରେ ପୃଥିବୀର ୧୪୧ ଦେଶରେ ଏହି ଦିବସ ପାଳନ କରାଯାଇଥିଲା। ବର୍ତ୍ତମାନ ବିଶ୍ୱର ପ୍ରାୟ ୧୯୫ଟି ଦେଶରେ ପୃଥିବୀ ଦିବସ ପାଳିତ ହେଉଛି।

Leave a Reply

Your email address will not be published. Required fields are marked *