Wed. Oct 22nd, 2025

ନ୍ୟୁଜ ଡେକ୍ସ: ବୁଧବାର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ଅପରାହ୍ନ ୨ଟା ୩୫ରେ ଶ୍ରୀନଗରରୁ ବାହାରିବ ମୃତଦେହ । ରାତି ୯ଟା ୪୫ରେ ଦିଲ୍ଲୀରୁ ଭୁବନେଶ୍ୱର ଆସିବ ମୃତଦେହ । ଏହାପରେ ରାତି ୧୨ଟାରେ ଭୁବନେଶ୍ୱରରେ ଆସି ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ ।

ଭୁବନେଶ୍ୱରରୁ ବାଲେଶ୍ୱର ନିଆଯିବ ଏବଂ ରେମୁଣା ସରଗାଁରେ କରାଯିବ ଅନ୍ତିମ ସଂସ୍କାର । ସେ ଗତ ୧୯ ତାରିଖ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କ ସହ କଶ୍ମୀର ବୁଲିବାକୁ ଯାଇଥିଲେ । ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇ ପ୍ରାଣ ହରାଇଛନ୍ତି ପ୍ରଶାନ୍ତ ।

ଏନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୋଲିସ ସ୍ପଷ୍ଟ କରିଛି । ଆତଙ୍କୀଙ୍କ ଗୁଳିରେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ସାରଗାଁ ଗ୍ରାମପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।ରେମୁଣା ବିଧାୟକ ଓ ତହସିଲଦାର ପ୍ରଶାନ୍ତଙ୍କ ଘରେ ପହଞ୍ଚିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ସହଯୋଗ କରୁଥିବାବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗାଯୋଗରେ ଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *