ନ୍ୟୁଜ ଡେକ୍ସ: ଆକାଶରୁ ଅଗ୍ନି ବର୍ଷା। ନିଆଁ ହୁଳା ମାଡ଼ ହେବା ଭଳି ଯନ୍ତ୍ରଣା। ତାତି ଯେତିକି ପ୍ରଚଣ୍ଡ , ଗୁଳଗୁଳି ବି ସେତିକି ଭୀଷଣ । ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ। ଝାରସୁଗୁଡ଼ାରେ ଏପ୍ରିଲ ମାସର ରେକର୍ଡ ଭାଙ୍ଗିଛି ତାତି । ସର୍ବୋଚ୍ଚ ତାପମାତ୍ରା ୪୬.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ଉପକୂଳରେ ତାତି କମ୍ ଥିଲା ସତ, କିନ୍ତୁ ଅଧିକ ଆର୍ଦ୍ରତା ପାଇଁ ତାତି ୪୫ରୁ ୫୦ ଡିଗ୍ରୀ ଭଳି ଅନୁଭବ ହେଉଥିଲା । ସେହି ଜିଲ୍ଲା ଗୁଡିକ ହେଉଛି ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁର। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ହିଟୱେଭ ପାଇଁ ଅନୁଗୁଳ, ନୂଆପଡ଼ା ଓ ଦେବଗଡ଼କୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଗରମ ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲା ଓ ଉଷ୍ମ ରାତି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୩ ଦିନରେ ଦିନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି। ତାତି ବଢୁଥିବାରୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି।
