Thu. Oct 23rd, 2025

ନ୍ୟୁଜ ଡେକ୍ସ: ମାଲକାନଗିରି ପୂର୍ବ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମସ୍ୟା ବଢିବାରେ ଲାଗିଛି। ମନୀଷଙ୍କ ଆଗୁଆ ଜାମିନ ଆବେଦନରକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। କେବଳ ମନୀଷ ନୁହେଁ ତାଙ୍କ ସହ ଦେବ ନାରାୟଣ ପଣ୍ଡା ଆତ୍ମହତ୍ୟା ମାମଲାରେ ଫସି ରହିଥିବା ଅନ୍ୟ ଦୁଇ ଜଣ ସହଯୋଗିଙ୍କ ଆବେଦନ ବି ଖାରଜ କରାଯାଇଛି।

ତେବେ କର୍କଟ ପୀଡିତ ଭଗବାନ ପାଣିଗ୍ରାହୀଙ୍କୁ ନିମ୍ନ ଅଦାଲତରେ ସରେଣ୍ଡର କରି ଜାମିନରେ ଯିବାକୁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡିଛି। ଏହି ମାମଲାରେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କ ଭି. ବେଣୁଗୋପାଳ ଓ ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କର ମଧ୍ୟ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ହାଇକୋର୍ଟ ବିଚାରପତି ଭି. ନରସିଂହଙ୍କ ଖଣ୍ଡପୀଠ ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଭଗବାନ ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମସମପର୍ଣ କରି ଜାମିନ ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଭାବେ ଦେବ ନାରାୟଣ ପଣ୍ଡା କାର୍ଯ୍ୟ କରୁଥିଲେ । ୨୦୧୯ ମେ’ ୨୭ରେ ସେ ହଠାତ୍‌ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଏନେଇ ପ୍ରଥମେ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାର ୨ଦିନ ପରେ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ ନିକଟରୁ ମିଳିଥିଲା ।

Leave a Reply

Your email address will not be published. Required fields are marked *