ନ୍ୟୁଜ ଡେକ୍ସ: ବାଲେଶ୍ୱର ଇସାଣୀ ଗାଁରେ ଏନଆଇଏ ୩ ଜଣିଆ ଟିମ୍। ମୃତ ପ୍ରଶାନ୍ତଙ୍କ ଘରେ ପହଞ୍ଚି ପଚରାଉଚରା କରୁଛନ୍ତି ଏନଆଇଏ ଟିମ୍। ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ପ୍ରଶାନ୍ତ। ବାଲେଶ୍ୱର ଇସାଣୀ ଗାଁରେ ଥିବା ପ୍ରଶାନ୍ତଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ପଚରାଉଚରା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ।
ବନ୍ଦ କୋଠରୀ ଭିତରେ ତିନି ଜଣିଆ ଟିମ ସ୍ତ୍ରୀଙ୍କ ସହ ଏକଘଣ୍ଟା ଧରି ଆଲୋଚନା ଜାରି ରଖିଛି ।ନିଜ ପତ୍ନୀ, ପୁଅଙ୍କ ସହିତ ପ୍ରଶାନ୍ତ ପହଲଗାମରେ ଛୁଟି କାଟୁଥିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏନଆଇଏ ଟିମ ଇଶାଣୀରେ ପହଞ୍ଚିଛି।
ଟିମ୍ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ପଚରାଉଚରା କରିବ। ଘଟଣା ସମୟରେ କଣ କିପରି ଦୃଶ୍ୟ ଥିଲା ତାହାର ଯାଞ୍ଚ କରିବେ ଅଧିକାରୀମାନେ।ସୂଚନାଥାଉକି, ଆତଙ୍କବାଦୀମାନେ ଗତ ୨୨ ତାରିଖରେ ପହଲଗାମରେ ନିରୀହ ପର୍ଯ୍ୟଟକମାନଙ୍କୁ ଗୁଳି କରି ୨୬ ଜଣଙ୍କୁ ହତ୍ୟା କରିଛନ୍ତି। ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ପଚାରି ଜଣ ଜଣ କରି ଗୁଳି କରିଥିଲେ।
