ନ୍ୟୁଜ ଡେକ୍ସ: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (OSSC) ଦ୍ୱାରା ଆୟୋଜିତ ପରୀକ୍ଷାର ପ୍ରଶ୍ନପତ୍ରରେ ପୁଣି ତ୍ରୁଟି ପରିଲକ୍ଷିତ ହୋଇଛି। ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଘଟଣା ସର୍ବସମ୍ମୁଖକୁ ଆସିବା ପରେ ଓପିଏସସି କର୍ତ୍ତୃପକ୍ଷ ନୋଟିସ୍ ଜାରି କରି ନିଜର ତ୍ରୁଟି ସ୍ବୀକାର କରିଛନ୍ତି।
ରବିବାର ଓଏସଏସସିର ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପାଇଁ ପରୀକ୍ଷା ଅନୁଷ୍ଟିତ ହୋଇଥିଲା। ସୂଚନା ଅନୁଯାୟୀ ଆଜି OCS ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ରହିଥିଲା। ପୂର୍ବାହ୍ନ ୯ରୁ ୧୨ଟା ଆନ୍ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା । ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍ ପରୀକ୍ଷା ଥିଲା।
ମାତ୍ର ପ୍ରଥମ ପେପର ଓ ଦ୍ବିତୀୟ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଓଲଟପାଲଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ।ନୋଟିସ୍ ଜରିଆରେ ତ୍ରୁଟି ସ୍ବୀକାର କଲେ ଓପିଏସସି କର୍ତ୍ତୃପକ୍ଷ। ତେବେ ପରୀକ୍ଷାର୍ଥୀ ମାନଙ୍କୁ ମେ ୪ ତାରିଖ ପୂର୍ବରୁ ଏହି ପରୀକ୍ଷାର ବିକଳ୍ପ ନେଇ ସୂଚନା ଦିଆଯିବ। ଇ-ମେଲ ଯୋଗେ ସୂଚନା ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
