Thu. Oct 23rd, 2025

ନ୍ୟୁଜ ଡେକ୍ସ: ଦଶପଲ୍ଲା ଥାନା ଶିମିଳିସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଡ଼ିବିଡା ଗ୍ରାମରେ ପୋଖରୀରେ ବୁଡ଼ି ତିନି ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି ।

ମୃତକ ହୋଉଛନ୍ତି ଗୋଡ଼ିବିଡା ଗ୍ରାମର ବିଜୟ କୁମାର ନାୟକଙ୍କ ପୁଅ ଉମାକାନ୍ତ ନାୟକ (୧୧), ନୂଆଗାଁ ଥାନା ଖାଲମଡ଼ା ଗ୍ରାମର ଦିଲ୍ଲିପ କୁମାର ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ (୧୨) ଓ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ପୋଡ଼ା ସାହି ଗ୍ରାମର କାଳୁ ଖିଲାରଙ୍କ ପୁଅ ଶୁଭ ଖିଲାର (୧୪) । ଖବରମୁତାବକ, ନୟାଗଡ଼ ଦଶପଲ୍ଲା ଗୋଡ଼ିବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଲେ ଗୋଡ଼ିବିଡ଼ା ଗାଁର ବିଜୟ ନାୟକଙ୍କ ୧୦ ବର୍ଷର ପୁଅ ଉମାକାନ୍ତ, ନୂ ଖାଲମଡ଼ା ଗାଁର ପ୍ରଦୀପ ପ୍ରଧାନଙ୍କ ୧୧ ବର୍ଷର ପୁଅ ରିତେଶ ଏବଂ ପୋଡ଼ାସାହି ଗାଁର କାଳୁ ଖିଲାରଙ୍କ ୧୨ ବର୍ଷର ପୁଅ ଶୁଭ ।ସେମାନେ ୩ ଜଣ ସମ୍ପର୍କୀୟ ଭାଇ ଅଟନ୍ତି ।

ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ । ଗ୍ରାମବାସୀ ୩ଶିଶୁଙ୍କୁ ପାଣିରୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ୩ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *