ନ୍ୟୁଜ ଡେକ୍ସ: କଟକରେ ଠାବ ହେଲା ନକଲି ଓ୍ବାସିଂ ପାଉଡର କମ୍ପାନୀ । ଜଗତପୁର ଅଞ୍ଚଳରେ ଏହି କମ୍ପାନୀ ଠାବ ହୋଇଛି । ମିଳିତ ଚଢାଉ କରିଥିଲା ଜଗତପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ । ଜଗତପୁର ଶିଳ୍ପାଞ୍ଚଳରେ ଚାଲୁଥିଲା ନକଲି କାରଖାନା ।
ଜଗତପୁର ଅଣ୍ଢେଇ ସାହିରେ ଠାବ ହୋଇଛି ଏହି ନକଲି କାରଖାନା । ଖବରମୁତାବକ, ଜଗତପୁର ଶିଳ୍ପାଞ୍ଚଳରେ ଚାଲୁଥିଲା ନକଲି କାରଖାନା । ପୋଲିସ ସେହି କାରଖାନାକୁ ସିଲ୍ କରି ଚଢାଉ ଜାରି ରଖିଛି ।
କାରଖାନାରେ ବ୍ୟବହୃତ ମେସିନ, ନକଲି ଓ୍ବାସିଂ ପାଉଡର ଜରି, ଲେବଲ ଷ୍ଟିକର ସବୁ ଜବତ କରିଛି । ଅପମିଶ୍ରଣ ସହ ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ତିଆରି କରି ବିକୁଥିଲେ ନକଲି ଓ୍ବାସିଂ ପାଉଡର ।
