Thu. Oct 23rd, 2025

ନ୍ୟୁଜ ଡେକ୍ସ: ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ନେଇ ପ୍ରେସ୍ ମିଟ୍ କରିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ତେବେ ସୂଚନା ମୁତାବକ, ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବିଶ୍ବର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି । ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ବର ଠାକୁର ।

ଗତ ୩୦ ତାରିଖରେ ପଶ୍ଚିମବଙ୍ଗ ଦୀଘା ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି । କିନ୍ତୁ ସେଠାରେ ପଥର ମୂର୍ତ୍ତି ସ୍ଥାପିତ କରାଯାଇଥିବା ବେଳେ ଏହାକୁ ମୁଁ ବିରୋଧ କରିଥିଲି । ଏଣୁ ପୁରୀରୁ ନିମ୍ବ କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ସୁଦର୍ଶନଙ୍କ ସହିତ ମାଧବଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ଏହି ମୂର୍ତ୍ତିକୁ ଆମେ ଦୀଘା ଜଗନ୍ନାଥ ମନ୍ଦିରରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗନ୍ନାଥ ଧାମ ହେଉଛି ଗୋଟିଏ ଧାମ ଯାହାକି ଶ୍ରୀକ୍ଷେତ୍ର ଧାମକୁ ହିଁ ବୁଝାଏ ।

ପ୍ରତିଟି ଜଗନ୍ନାଥ ପ୍ରେମୀ ଜଗନ୍ନାଥ ଧାମ କହିଲେ ଶ୍ରୀକ୍ଷେତ୍ରକୁ ହିଁ ଜାଣନ୍ତି । ଏଣୁ ଦୀଘା ଠାରେ ଜଗନ୍ନାଥ ଧାମ ଲେଖାଯିବା ଉଚିତ୍ ନୁହେଁ । ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଏନେଇ ମୁଁ ଅବଗତ କରାଇବି ବୋଲି ସେ ମତ ରଖିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ଜଗନ୍ନାଥ ଧାମ ନାମ ଲେଖାକୁ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନିଅନ୍ତୁ ।

Leave a Reply

Your email address will not be published. Required fields are marked *