Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା । ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ନାଁରେ ମକଦ୍ଦମା ଦାଏର ହୋଇଛି । ମକଦ୍ଦମା ଦାଏର କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବାଲେଶ୍ବର ଏସ୍ଡିଜିଏମ୍ଙ୍କ କୋର୍ଟରେ ମକଦ୍ଦମା ଦାଏର ହୋଇଛି ।

ସୀତାଂଶୁ ଦ୍ବିବେଦୀଙ୍କ ବୟାନ ଉପରେ ମାନହାନୀ ମକଦ୍ଦମା ହୋଇଛି । ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାରେ ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ । ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ର ସମେତ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ତେବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ଶୁକ୍ରବାର ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି ।

ଏସଡିଜେଏମଙ୍କ କୋର୍ଟରେ ଷ୍ଟେଟମେଣ୍ଟ ଦାଖଲ କରିବାକୁ ଆସିଥିଲି । ଏହା ମିଥ୍ୟା ଓ କପୋଳକଳ୍ପିତ କାହାଣୀ । ଏ ଅଭିଯୋଗର କୌଣସି ଭିତ୍ତି ନାହିଁ କି ସତ୍ୟତା ନାହିଁ । ମନ୍ଦ ଉଦ୍ଦେଶ୍ୟ ରଖି ମିଡ଼ିଆ ଆଗରେ ଏଭଳି ଅଭିଯୋଗ ଆଣିଛନ୍ତି । ମୋ ନାମରେ ଯଦି ଅଭିଯୋଗ ଅଛି ପ୍ରମାଣ କାଗଜ ଦେଖନ୍ତୁ । ବିନା ଅଭିଯୋଗରେ ସମ୍ବାଦ ପ୍ରସାରଣ କରନ୍ତୁ ନାହିଁ ବୋଲି ମନମୋହନ କହିଛନ୍ତି ।

Leave a Reply

Your email address will not be published. Required fields are marked *