Thu. Oct 23rd, 2025

ନ୍ୟୁଜ ଡେକ୍ସ: ପଶ୍ଚିମବଙ୍ଗଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମିତ ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଚିଠି ଲେଖିଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ । ସେ ଚିଠିରେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହା ଲୋକଲୋଚନକୁ ଆସିଛି ଯେ ଦୀଘାରେ ନୂଆ କରି ଉଦ୍ଘାଟିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ଉଲ୍ଲେଖ କରାଯାଉଛି ।

ଏହି କ୍ରମରେ ଏବେ ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦରେ ନିଜର ପ୍ରତିକ୍ରିୟା ରଖି ଏହାକୁ ନିନ୍ଦା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ନିଜ ଏକ୍ସରେ ଏକ ପୋଷ୍ଟ ଜାରି କରି ବର୍ଷିଛନ୍ତି । କହିଛନ୍ତି, ଭାରତରେ କେବଳ ଚାରୋଟି ଧାମ ଅଛି ଏବଂ ପୁରୀରେ ଥିବା ଜଗନ୍ନାଥ ଧାମ ସେମାନଙ୍କ ମଧ୍ୟରୁ ଗୋଟିଏ । ଦୀଘାରେ ଉଦ୍ଘାଟିତ ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି । ଏନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି । ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି ବୋଲି କହିଛନ୍ତି ସୁଦର୍ଶନ । ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ ।

କିନ୍ତୁ ‘ଜଗନ୍ନାଥ ଧାମ’ ନାଁ କଦାପି ଗ୍ରହଣୀୟ ନୁହେଁ ବୋଲି ସେ ମତ ରଖିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆପଣଙ୍କର ଭକ୍ତି ଏବଂ ସମୃଦ୍ଧ ଜଗନ୍ନାଥ ସଂସ୍କୃତିକୁ ସଂରକ୍ଷଣ କରିବା ପାଇଁ ଆନ୍ତରିକ ପ୍ରୟାସକୁ ସ୍ୱୀକୃତି ଦିଆଯାଇଛି । ଏ ବିଷୟ ପ୍ରତି ଆପଣ ଧ୍ୟାନ ଦେବାକୁ ବିନମ୍ରତାର ସହିତ ଅନୁରୋଧ କରୁଛି ଏବଂ ଆପଣ ଏହି ବିଷୟରେ ବିଚାର କରନ୍ତୁ ।

Leave a Reply

Your email address will not be published. Required fields are marked *