ନ୍ୟୁଜ ଡେକ୍ସ: ସଦ୍ୟ ପ୍ରକାଶିତ ମାଟ୍ରିକ୍ ଫଳର ସାର୍ଟିଫିକେଟ୍ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍ସାଇଟ୍ରେ ସୋମବାର ସନ୍ଧ୍ୟା ୭ଟାରୁ ଉପଲବ୍ଧ ହୋଇଛି। ୱେବ୍ସାଇଟ୍ରେ ୭ ଦିନ ଯାଏଁ ମାଗଣାରେ ଉପଲବ୍ଧ ରହିବ ମାଟ୍ରିକ ସାର୍ଟିଫିକେଟ୍। ପାସ୍ କରିଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଲ୍ ସାର୍ଟିଫିକେଟ୍ ଘରେ ବସି ମଧ୍ୟ ପାଇପାରିବେ।
ଏଥିଲାଗି ବୋର୍ଡ ପକ୍ଷରୁ ୭୭୧୦୦୫୮୧୯୨ ହ୍ୱାଟସ୍ଆପ୍ ନମ୍ବର ଜାରି କରାଯାଇଛି । ଉକ୍ତ ହ୍ୱାଟସ୍ଆପ୍କୁ ମେସେଜ୍ ପଠାଇ ଆବେଦନକାରୀମାନେ ସହଜରେ ମାଟ୍ରିକ୍ ସାର୍ଟିଫିକେଟ୍ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।ପରୀକ୍ଷାର୍ଥୀମାନେ ୭ ଦିନ ମଧ୍ୟରେ ଏହି ଡିଜିଟାଲ୍ ସାର୍ଟିଫିକେଟ୍ ୱେବ୍ସାଇଟ୍ରୁ ଯେତେଥର ଡାଉନ୍ଲୋଡ୍ କଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
ମାତ୍ର ୭ ଦିନ ପରେ ପ୍ରଥମ ଥର ଡାଉନ୍ଲୋଡ୍ କଲେ କୌଣସି ଦେୟ ଦେବାକୁ ପଡିବ ନାହିଁ । ମାତ୍ର ଏହାପରେ ଡାଉନ୍ଲୋଡ କଲେ ଥରକେ ୫୦୦ ଟଙ୍କା ଅନ୍ଲାଇନ୍ରେ ଦେବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ହ୍ୱାଟସ୍ଆପ୍ରେ କିପରି ସାର୍ଟିଫିକେଟ୍ ପାଇପାରିବେ ସେ ସମ୍ପର୍କରେ ବୋର୍ଡ ପକ୍ଷରୁ ସମସ୍ତ ସୂଚନା ଜାରି କରାଯାଇଛି ।
