Thu. Oct 23rd, 2025

ନ୍ୟୁଜ ଡେକ୍ସ: ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇଛି । ସିଭିଲ ଡିଫେନ୍ସର ମକଡ୍ରିଲ୍ ପାଇଁ ଏହା କାମ କରିବ । ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ବିଏମସିର ଏହି କଣ୍ଟ୍ରୋଲରୁମ ବୁଲି ତଦାରଖ କରିଛନ୍ତି ।

ଯୁଦ୍ଧ ପରିସ୍ଥିତି ସମୟରେ ସମ୍ଭାବ୍ୟ ଆକାଶ ମାର୍ଗ ଆକ୍ରମଣରୁ ଧନଜୀବନ ସୁରକ୍ଷା ନିମନ୍ତେ ବିଏମ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ବିଏମସିର ଏହି କଣ୍ଟ୍ରୋଲରୁମ ବୁଲି ତଦାରଖ କରିଛନ୍ତି। ଯୁଦ୍ଧ ପରିସ୍ଥିତି ସମୟରେ ସମ୍ଭାବ୍ୟ ଆକାଶ ମାର୍ଗ ଆକ୍ରମଣରୁ ଧନଜୀବନ ସୁରକ୍ଷା ନିମନ୍ତେ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ପରାମର୍ଶକ୍ରମେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।ବିଏମ୍‌ସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ କରିବା ସହ ୧୯୨୯ରେ ଯୋଗାଯୋଗ କରିବାକୁ ଜନ ସାଧାରଣଙ୍କୁ ସେ ପରାମର୍ଶ ଦିଆଯାଇଛି।

ଏଥିପ୍ରତି ସଜାଗ ରହିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମକଡ୍ରିଲ ସମ୍ପର୍କିତ ପ୍ରସ୍ତୁତି ପାଇଁ ଆଲୋଚନା ହୋଇଛି। ଏଥିରେ ଡାକ୍ତରୀ, ଅଗ୍ନିଶମ ସେବା, ସିଭିଲ ଡିଫେନ୍‌ସ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହଯୋଗର ଆବଶ୍ୟକତା ଥିବା ଦୃଷ୍ଟିରୁ ଏନେଇ ଜିଲ୍ଲାପାଳ ରାଣା ଭିଡିଓ କନଫରେନ୍‌ସି ମାଧ୍ୟମରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *