ନ୍ୟୁଜ ଡେକ୍ସ: ଏଟିଏମରୁ ସୁଯୋଗ ଦେଖି ଲୋକଙ୍କ କାର୍ଡ ଚୋରି କରି ଲୁଟ୍ କରିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୧ଟି କାର୍ଡ ସହ ଲକ୍ଷାଧିକ ଟଙ୍କା ପୋଲିସ ଜବତ କରିଛି। ସେହିପରି ବାଲୁଗାଁରେ ଥିବା ଏକ ସ୍ଵର୍ଣ୍ଣ ଅଳଙ୍କାର ସୋ ରୁମ୍ ରୁ ଚୋରି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ଗତ ତିନିମାସ ଧରି ଏହି ପ୍ରକାର ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ,ନାଚୁଣୀ,ଟାଙ୍ଗି, ବାଲୁଗାଁ ଥାନାରେ ଅଭିଯୋଗ ହେଉଥିଲା। ତେବେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୫୧ଟି ଏଟିଏମ୍ କାର୍ଡ ଜବତ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି।
ଏଥିସହ ଅନ୍ୟ ଏକ ଘଟଣାରେ ବାଲୁଗାଁରେ ଥିବା ଏକ ସର୍ଣ୍ଣ ଅଳଙ୍କାର ଶୋ’ ରୁମ୍ରୁ ଗତ ୨ ତାରିଖ ରାତିରେ ଚୋରି ହୋଇଥିବା ୭୦ ଗ୍ରାମ ସୁନା, ୪କିଲୋ ରୁପା ସାମଗ୍ରୀ ୨୦୦ଗ୍ରାମ ସୁନା ଅଳଙ୍କାର ଉଦ୍ଧାର କରିଛି ପୋଲିସ ଓ ୨ଜଣଙ୍କୁ ଗିରଫ କରିଛି । ଏନେଇ ଖୋର୍ଦ୍ଧା ଏସ୍ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

