Thu. Oct 23rd, 2025

ନ୍ୟୁଜ ଡେକ୍ସ: ଖରା ପାଇଁ ଛୁଟି ଘୋଷଣା ସ୍ଵତ୍ତେ ଖୋଲା ରହୁଛି କିଛି ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହାକୁ ନେଇ ତାଗିଦ୍ କରାଯାଇଛି। କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ। ଖରାକୁ ନଜର ରଖି ସ୍କୁଲ ବନ୍ଦ ପାଇଁ ସରକାର ନିର୍ଦେଶ ଦେଇଥିଲେ।

ଏହା ପରେ ବି କିଛି ସ୍କୁଲ ତାହାକୁ ଉଲଂଘନ କରିଛନ୍ତି। ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଏକ ଚିଠିରେ କହିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକୁ ଏପ୍ରିଲ ୨୨ରୁ ଗ୍ରୀଷ୍ମ ଛୁଟି ପାଇଁ ବିରତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତଥାପି କିଛି ସ୍କୁଲ ଏବେ ବି କାର୍ଯ୍ୟକ୍ଷମ।

ଯାହା ଛାତ୍ରଛାତ୍ରୀଙ୍କ ଉପରେ ବିପଦ ପକାଇପାରେ।ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନଜରରେ ରଖି ବିଭାଗ ପକ୍ଷରୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଉପରେ କାର୍ଯ୍ୟକାରୀ କରିବାକୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *