Thu. Oct 23rd, 2025

ନ୍ୟୁଜ ଡେକ୍ସ: ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଆଉ ଏକ କୈଫିୟତ ତଲବ ନୋଟିସ୍ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଜାରି କରିଛନ୍ତି ଆଉ ଏକ କୈଫିୟତ ତଲବ ନୋଟିସ୍ । ନୋଟିସ୍ ପାଇବାର ୨ ଦିନ ମଧ୍ୟରେ କୈଫିୟତ ଦାଖଲ କରିବାକୁ ତାଙ୍କୁ ସମୟ ଦିଆଯାଇଛି ।

ଏହି ସମୟ ଭିତରେ ସନ୍ତୋଷ ଜନକ କୈଫିୟତ ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି । ନୋଟିସରେ କୁହାଯାଇଛି ଯେ, ଦୀଘା ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଶ୍ରୀ ଦାସ ମହାପାତ୍ର ଯୋଗଦାନ କରି ସେବକ ଦଳର ନେତୃତ୍ବ ନେଉଥିବା ଚିତ୍ର ତଥା ଭିଡିଓ ବିଭିନ୍ନ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଅଛି । ଦୀଘା ଠାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ନିର୍ଦ୍ଦିଷ୍ଟ ଭାବେ ଉଦଘାଟନ ସମୟରେ “ଜଗନ୍ନାଥଧାମ- ଦୀଘା” ଲେଖାଯିବା ସହ ଏନେଇ ଫଳକ ଲଗାଯିବା ନଜରକୁ ଆସିଛି ।ପୁରୀ ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ପବିତ୍ର ଆଦ୍ୟ ଓ ନିତ୍ୟ ପୀଠ ।

ଶାସ୍ତ୍ରୀୟ ମତ ଅନୁସାରେ, ଭାରତବର୍ଷର ଚାରିଧାମ ମଧ୍ୟରେ ଅନ୍ୟତମ ପ୍ରମୁଖ ଧାମ ହେଉଛି ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ଧାମ । ମହାପ୍ରଭୁଙ୍କ ଜଣେ ବରିଷ୍ଠ ଦଇତାପତି ସେବକ ଭାବେ ଏସମ୍ପର୍କରେ ଅବଗତ ଥାଇ ମଧ୍ୟ ଜଗନ୍ନାଥ ଧାମ ଦୀଘା ସ୍ବ-ନାମିତ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦାନ ଦ୍ବାରା ଶ୍ରୀମନ୍ଦିର ପରମ୍ପରା ନେଇ ଭକ୍ତଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ଏବଂ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନାକୁ ଆଘାତ ଲାଗିଛି ।

Leave a Reply

Your email address will not be published. Required fields are marked *