Thu. Oct 23rd, 2025

ନ୍ୟୁଜ ଡେକ୍ସ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଶେଷରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ଫଳାଫଳ ପ୍ରକାଶ କରିଛି । ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । CBSE ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ରହିଛି । ଛାତ୍ରଛାତ୍ରୀମାନେ ଓ୍ବେବସାଇଟକୁ ଯାଇ ରେଜଲ୍ଟ ଦେଖିପାରିବେ ।

ଚଳିତ ବର୍ଷ ପାସ୍‌ ହାର ୯୩.୬୬ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ । ଭୁବନେଶ୍ୱର ଜୋନରେ ପାସହାର୍ ୯୨.୬୪ ପ୍ରତିଶତ ରହିଛି । ଦଶମ ରେଜଲ୍ଟରେ ସଫଳତାରେ ତ୍ରିଭେନ୍ଦ୍ରମ ଆଗରେ ରହିଥିବାରୁ ଏଠାରେ ପାସହାର ୯୯.୭୯ ପ୍ରତିଶତ ରହିଛି । ସେହିପରି ବିଜୟୱାଡା ପାସହାର ୯୯.୭୯ପ୍ରତିଶତ ଏବଂ ବେଙ୍ଗାଲୁରୁ ପାସ୍‍ହାର ୯୮.୯୦ପ୍ରତିଶତ । ଚଳିତ ବର୍ଷ ସିବିଏସଇ ଦଶମରେ ୨୩ ଲକ୍ଷ ୭୧ହଜାର ୯୩୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ସିବିଏସଇ ଦଶମ ପରୀକ୍ଷା ଫଳ ୨୦୨୫ ରୋଲ ନମ୍ବର ଦ୍ୱାରା ଅନଲାଇନରେ ଯାଞ୍ଚ କରାଯାଇପାରିବ । ସିବିଏସଇ ଅଫିସିଆଲ ୱେବସାଇଟରେ cbse.gov.in ଏବଂ cbseresults.nic.in ବ୍ୟତୀତ ଏହି ଲାଇଭ୍ ନ୍ୟୁଜରେ ପ୍ରତ୍ୟେକ ବିବରଣୀ ଯାଞ୍ଚ କରିହେବ ।

Leave a Reply

Your email address will not be published. Required fields are marked *