ନ୍ୟୁଜ ଡେକ୍ସ: ଶିକ୍ଷାନୁଷ୍ଠାନରେ ଲାଗୁ ହେବ ନୂଆ ସଂରକ୍ଷଣ ବ୍ୟବସ୍ଥା। ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ କ୍ୟାବିନେଟ୍ରେ ମୋହର ବାଜିଛି।
ଏ ନେଇ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ କ୍ୟାବିନେଟ୍ରେ ୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସରକାରୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ SEBC ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ।
SEBC ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶରେ ୧୧.୨୫% ଆସନ ସଂରକ୍ଷଣ ଦିଆଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ ବୋଲି କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
