ନ୍ୟୁଜ ଡେକ୍ସ: ଅପରେସନ ସିନ୍ଦୁର ଦ୍ୱାରା ଅନେକ ଆତଙ୍କବାଦୀ ଏବଂ ସେମାନଙ୍କର ଅଡ୍ଡା ଧ୍ୱଂସ ହୋଇଛି। ତା ସହିତ ପାକିସ୍ତାନର ବହୁତ କ୍ଷୟକ୍ଷତି ମଧ୍ୟ ହୋଇଛି। ଏହି ଅପରେସନ ସଫଳ ହୋଇଥିବାରୁ CDS ଅନିଲ ଚୌହାନ ଓ ୩ ସେନାର ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅପରେସନ ସିନ୍ଦୁର ବିଷୟରେ ଅବଗତ କରାଇଛନ୍ତି।
ଏହି ସମୟରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ସମର୍ପଣକୁ ପ୍ରଶଂସା କରିଥିଲେ ଯାହା ଆତଙ୍କବାଦ ପ୍ରତି ଭାରତର ପ୍ରତିକ୍ରିୟାକୁ ଏକ ଚମତ୍କାର ସଫଳତା ଦେଇଥିଲା । ରାଷ୍ଟ୍ରପତି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଏହି ସମ୍ପର୍କରେ ଲେଖିଛନ୍ତି । ଏପ୍ରିଲ ୨୨ ତାରିଖରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ ।
ଆତଙ୍କବାଦୀଙ୍କ ଏହି ବର୍ବର କାର୍ଯ୍ୟର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା ଏବଂ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା । ଭାରତୀୟ ସେନା ଦ୍ୱାରା ପାକିସ୍ତାନ ସେନା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲେ । ଏହା ପରେ, ପାକିସ୍ତାନ ପକ୍ଷରୁ ଯୁଦ୍ଧବିରତି ଅନୁରୋଧ କରାଯାଇଥିଲା ଏବଂ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଯୁଦ୍ଧବିରତି ରହିଛି । ସୈନିକମାନଙ୍କ ସମ୍ମାନାର୍ଥେ ଭାରତୀୟ ଜନତା ପାର୍ଟି ତିରଙ୍ଗା ଯାତ୍ରା ଆୟୋଜନ କରୁଛି ।
