Sat. Apr 18th, 2026

ନ୍ୟୁଜ ଡେକ୍ସ: “କିଛି ବିଡିଓ ମୋ ସହ ଭଲ ସମ୍ପର୍କ ରଖିନାହାନ୍ତି । ଭିଡିଓ କନଫରେନ୍ସରେ ମୋ ଭାଷଣ ଆସିଲେ, ଟିଭି ବନ୍ଦ କରିଦେଉଛନ୍ତି । ଲୋକଙ୍କୁ ପଳାଇବାକୁ କହୁଛନ୍ତି । ଏହାପରେ ପରିସ୍ଥିତି କଣ ହେବ ଆପଣମାନେ ଜାଣିଛନ୍ତି ।

ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଉଥିବା ସମୟରେ ଟିଭି ବନ୍ଦ କରିଦେବାକୁ ମୁଁ କ୍ଷମା ଦେବିନି । ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ। ବିଧାୟକ ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁ ନାହାନ୍ତି। ଏପରି କଲେ ହାର୍ଡ ନିଷ୍ପତ୍ତି ନିଆଯିବ।ଗୁରୁବାର ଏଭଳି କିଛି କଥା କହିବା ସହିତ ବିଡିଓଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ମୁଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି। ଆଦିବାସୀ ବର୍ଗରୁ ପ୍ରତିନିଧିତ୍ଵ କରୁଛି। କିନ୍ତୁ ମୁଁ ବହୁତ ବଡ଼ ନିଷ୍ପତ୍ତି ନେଇପାରେ।

ମୋ ପାଖରେ ସବୁ ରିପୋର୍ଟ ରହିଛି। ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ। ଯିଏ କାମ ନକରିବ କ୍ଷମା ନାହିଁ। କୌଣସି ରାଜନୈତିକ ଚାପରେ ବଶବର୍ତ୍ତୀ ନହୋଇ କାମ କରିବାକୁ ବିଡିଓଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନରେଗାରେ ମେସିନରେ କାମ ବନ୍ଦ କର । ମେସିନ୍ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *