Sun. Feb 22nd, 2026

ନ୍ୟୁଜ ଡେକ୍ସ:ଜୋତା ପିନ୍ଧି ଓ ଟେବୁଲ ଉପରେ ବସି ଖାଇଲେ ମହାପ୍ରସାଦ । ପୁରୀର ଏକ ଜଣାଶୁଣା ହୋଟେଲରେ କିଛି ଯାତ୍ରୀ ଏପରି ଅବସ୍ଥାରେ ମହାପ୍ରସାଦ ଖାଇବା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହା ମହାପ୍ରସାଦକୁ ଅବମାନନା ବୋଲି ଅଭିଯୋଗ ହୋଇଛି ।

ଅବଢ଼ା ଖାଇବା ଯାତ୍ରୀମାନେ ଓଡ଼ିଆ ହୋଇଥିବା ବେଳେ ସେମାନଙ୍କୁ ଅବଢ଼ା ବାଢ଼ି ଦେଉଥିବା ବ୍ୟକ୍ତି ପାରମ୍ପରିକ ସେବାୟତ ବେଶରେ ରହିଥିଲେ । ହୋଟେଲରେ ଡାଇନିଂ ଟେବୁଲରେ ବସି ଲୋକମାନେ ମହାପ୍ରସାଦ ସେବନ କରୁଥିବା ଜନିତ ଏକ ଭିଡିଓ ଭାଇରଲ ହେବା ପରେ ମନ୍ଦିର ପ୍ରଶାସନ ଏହି ଆବେଦନ କରିଛନ୍ତି।

ଏକ ସରକାରୀ ବିବୃତ୍ତିରେ ମନ୍ଦିର ପ୍ରଶାସନ ଉଲ୍ଲେଖ କରିଛି ଯେ ପୁରୀର ଏକ ହୋଟେଲରେ ଲୋକମାନେ ମହାପ୍ରସାଦ ସେବନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଯାହା ପରେ ମନ୍ଦିର ପ୍ରଶାସନ କହିଛି ଯେ ମହାପ୍ରସାଦ ଡାଇନିଂ ଟେବୁଲରେ ନୁହେଁ ବରଂ ପାରମ୍ପାରିକ ଭାବରେ ଭୂମିରେ ବସି ସେବନ କରାଯାଏ।

Leave a Reply

Your email address will not be published. Required fields are marked *