Sun. Feb 22nd, 2026

ନ୍ୟୁଜ ଡେକ୍ସ: ରାଜ୍ୟରେ ଲଘୁଚାପ ଭୟ। ଏବେ କାଳବୈଶାଖୀର ପ୍ରଭାବ ଓଡ଼ିଶା ଉପରେ ଥିବା ବେଳେ, ମେ ଶେଷ ସପ୍ତାହ ବେଳକୁ ଏକା ସାଙ୍ଗରେ ୨ଟି ଲଘୁଚାପ ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗର ଓ ଆରବସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି। ୨୩ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଏନେଇ ଆଜି ୧୮ ଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ।ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ । ଏହିସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏଠାରେ ୪୦ରୁ ୫୦ ବେଗରେ ପବନ ବହିବା ସହିତ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ତେବେ ଗତକାଲି ଅର୍ଥାତ୍ ସୋମବାର ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୪୨ ଡିଗ୍ରୀ ରେକର୍ଡ଼ ହୋଇଛି । ବଲାଙ୍ଗୀରରେ ୪୦.୮, ହୀରାକୁଦ ୪୦.୧, ଟିଟିଲାଗଡ଼ ଏବଂ ବୌଦ୍ଧରେ ୪୦ ଡିଗ୍ରୀ ଲେଖାଏଁ, ଖୋର୍ଦ୍ଧାରେ ୩୯ ଡିଗ୍ରୀ, ଭୁବନେଶ୍ବରରେ ୩୮.୪ ଏବଂ କଟକରେ ୩୬.୮ ଡିଗ୍ରୀ ରେକର୍ଡ଼ ହୋଇଛି ।

Leave a Reply

Your email address will not be published. Required fields are marked *